ଦିଲ୍ଲୀର ଗାନ୍ଧୀନଗର ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀର ଗାନ୍ଧୀନଗର ମାର୍କେଟ ପରିସରରେ ଗୁରୁବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏକ କପଡ଼ା ଦୋକାନରେ ନିଆଁ ଲାଗିବା ପରେ ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ନିଆଁ ଲିଭାଇବା ଲାଗି ୨୫ରୁ ଅଧିକ ଗାଡ଼ି ନିୟୋଜିତ ହୋଇଥିଲେ। ଦମକଳ ବିଭାଗ ନିଆଁ ଲାଗିବାର କାରଣ ସର୍ଟସର୍କିଟ ବୋଲି କହିଛି। ସୂଚନା ଅନୁସାରେ ନିଆଁ ଲାଗିବା ଯୋଗୁଁ ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ିଯାଇଛି। କିନ୍ତୁ ଏହି ଘଟଣାରେ କୌଣସି ଜୀବନ ନଷ୍ଟ ହୋଇନାହିଁ।

ଗାନ୍ଧୀନଗର କପଡ଼ାର ହୋଲସେଲ ମାର୍କେଟ। ଦୀପାବଳି ପୂର୍ବରୁ ଏଠାରେ ନିଆଁ ଲାଗିବାରୁ କପଡ଼ା ବ୍ୟବସାୟୀଙ୍କ ବ୍ୟାପକ କ୍ଷତି ହୋଇଛି।