ଭଦ୍ରକ ଚାନ୍ଦବାଲିରେ ଭୟାବହ ଅଗ୍ନିକାଣ୍ଡ, ୨ଟି ଧାନ ଦୋକାନ ଗୃହ ପୋଡି ପାଉଁଶ

ଭଦ୍ରକ,ଏନ୍ଏନ୍ଏସ୍: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳ ଶାସ୍ତ୍ରୀ ନଗରରେ ଭୟାବହ ଅଗ୍ନିକାଣ୍ଡ ଘଟି ୨ଟି ଧାନ ଦୋକାନ ଗୃହ ପୋଡି ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ୧୫ ଶହ ବସ୍ତା ଧାନ ଜଳି ପୋଡି ପାଉଁଶ ହୋଇଯାଇଛି।

ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଲା ତାହା ଜଣାପଡିନାହିଁ। ଖବର ପାଇ ଚାନ୍ଦବାଲି ଅଗ୍ନିଶମ ବାହିନୀ ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି