ସାଧାରଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ଟ୍ରାଫିକ ଆଡଭାଇଜରି ଜାରି

ନୂଆଦିଲ୍ଲୀ,ଏଜେନ୍ସି: ଗଣତନ୍ତ୍ର ଦିବସ ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛି ଦିଲ୍ଲୀ ପୁଲିସ। ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ନିର୍ଦ୍ଦେଶନାମା ଅନୁଯାୟୀ,ପରେଡ୍ ରିହଲର୍ସଲକୁ ସରଳ କରିବା ପାଇଁ ଜାନୁୟାରୀ ୧୭ ରୁ ୨୧ ପର୍ଯ୍ୟନ୍ତ ସକାଳ ୯ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଦିଲ୍ଲୀ ରାଜପଥ-ରାଫି ମାର୍ଗ, ରାଜପଥ-ଜନପଥ, ରାଜପଥ-ମ୍ୟାନ ସିଂ ରୋଡ ଏବଂ ରାଜପଥ-ସି-ଷୋଡଶାଳରେ ପ୍ରତିବନ୍ଧକ ଲଗାଯିବ ଏବଂ ବିଜୟ ଛକ ଠାରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ରାସ୍ତାକୁ ମଧ୍ୟ ବନ୍ଦ କରାଯିବ।

ଗୃହ ମନ୍ତ୍ରଣାଳୟର ଅଫିସର ସୂଚନା ଅନୁଯାୟୀ, ଚଳିତ ବର୍ଷ ମଧ୍ୟ କୋଭିଡ କଟକଣାରେ ଦିଲ୍ଲୀରେ ପରେଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମାର୍ଚିଂ କଣ୍ଟିଜେଣ୍ଟ ରେଡ ଦୁର୍ଗ ପରିବର୍ତ୍ତେ ଇଣ୍ଡିଆ ଗେଟ୍ ସି-ହେକ୍ସାଗନରେ ଶେଷ ହେବ। ଦେଶରେ ଗଣତନ୍ତ୍ର ଦିବସ ପାଳନ ସମୟରେ କୋଭିଡର ତୃତୀୟ ଲହରକୁ ଦୃଷ୍ଟିରେ ରଖି ୧ ଲକ୍ଷ ଦର୍ଶକଙ୍କ ବସିବା କ୍ଷମତା ସତ୍ତ୍ବେ ୨୫ ହଜାର ଲୋକଙ୍କୁ ପ୍ରବେଶ ଅନୁମତି ଦିଆଯାଇଛି ଏହଂ ଏହା ଆହୁରି ହ୍ରାସ କରାଯାଇପାରେ ବୋଲି ଅଧିକାରୀ କହିଛନ୍ତି।

ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ କେବଳ ୨୬ ଜାନୁଆରୀ ନୁହେଁ, ୨୩ ଜାନୁଆରୀ ନେତାଜୀ ସୁଭାସ ଚନ୍ଦ୍ର ବୋଷଙ୍କ ଜୟନ୍ତୀରୁ ପାଳନ ହେବ। ଏନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। କେବଳ ଚଳିତ ବର୍ଷ ନୁହେଁ ବରଂ ପ୍ରତିବର୍ଷ ୨୩ ଜାନୁଆରୀ ପରାକ୍ରମ ଦିବସରୁ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳନ ଆରମ୍ଭ ହୋଇ ୨୬ ତାରିଖରେ ଶେଷ ହେବ।