ସୋହିଲ ଖାନ, ଅରବାଜ ଖାନ ଓ ନିର୍ବାଣଙ୍କ ବିରୋଧରେ ଏଫଆଇଆର

ମୁମ୍ବାଇ,ଏଜେନ୍ସି: ବଲିଉଡ୍ ଫିଲ୍ମ କଳାକାର ସୋହିଲ ଖାନ, ତାଙ୍କ ପୁଅ ନିର୍ବାଣ ଓ ତାଙ୍କ ଭାଇ ଅରବାଜ ଖାନ କ୍ୱାରେଣ୍ଟାଇନ ଆଇନର ଉଲ୍ଲଂଘନ କରିଥିବା ନେଇ ବ୍ରିହାନମୁମ୍ବାଇ ମହାନଗର ନିଗମ (ବିଏମସି) ପକ୍ଷରୁ ଥାନାରେ ଏଫଆଇଆର ରୁଜୁ ହୋଇଛି। ତେବେ ଏହି ମାମଲା ଗତ ଡିସେମ୍ବର ମାସର ବୋଲି ଜଣାପଡ଼ିଛି। ଅଭିଯୋଗ ଅନୁସାରେ ଗତ ଡିସେମ୍ବରରେ ସୋହିଲ ଖାନ, ତାଙ୍କ ପୁଅ ଓ ତାଙ୍କ ଭାଇ ଦୁବାଇରୁ ମୁମ୍ବାଇ ଫେରିଥିଲେ। ତେବେ ନିୟମ ମୁତାବକ ସେମାନେ କ୍ୱାରେଣ୍ଟାଇନରେ ରହିନଥିଲେ।

ସୋହିଲ ମୁମ୍ବାଇ ଏୟାରପୋର୍ଟରେ କହିଥିଲେ କି ସେ କ୍ୱାରେଣ୍ଟାଇନରେ ରହିବା ପାଇଁ ବାନ୍ଦ୍ରାର ଏକ ୫ ତାରକା ହୋଟେଲରେ ରୁମ ବୁକ୍ କରିଛନ୍ତି। କିନ୍ତୁ ଏୟାରପୋଟରେ କରୋନା ଟେଷ୍ଟ କରାଇବା ପରେ ଘରକୁ ଚାଲିଯାଇଥିବା ଜଣାପଡ଼ିଛି। ଏନେଇ ବିଏମସି ପକ୍ଷରୁ ମୁମ୍ବାଇର ଖାର ଥାନାରେ ମାମଲା ରୁଜୁ ହୋଇଛି।