ତାଳଚେରରୁ ଉଦ୍ଧାର ହେଲେ ବିର୍ଜୁ କୁଲୁ

ସୁନ୍ଦରଗଡ଼,ଏନ୍ଏନ୍ଏସ୍: ଭୁଲରେ ସୀମା ପାର କରି ପାକିସ୍ତାନରେ ପହଞ୍ଚି ୨୫ ବର୍ଷ ସଜା କାଟିବା ପରେ ନଭେମ୍ବର ମାସରେ ଓଡିଶା ଫେରିଥିଲେ ସୁନ୍ଦରଗଡ଼ ଜିଲ୍ଲାର ବିର୍ଜୁ କୁଲୁ। ହେଲେ ପୁଣି ଗତକାଲି ନିଖୋଜ ହୋଇଯାଇଥିଲେ। ଆଜି ତାଙ୍କୁ ତାଳଚେର ଅଞ୍ଚଳରେ ବୁଲୁଥିବା ସମୟରେ ଉଦ୍ଧାର କରିଛି ସ୍ଥାନୀୟ ପୁଲିସ। ମାନସିକ ଭାରସାମ୍ୟ ହରାଇ ଘରୁ ବାହାରି ଟ୍ରକରେ ପଳାଇଥିଲେ ବିର୍ଜୁ କୁଲୁ।

ଗତ ୨ ତାରିଖ ରାତିରେ ସେ ଘରୁ ବାହାରି ପଳାଇଥିଲେ। ୩ ଦିନ ହେବ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ନିଖୋଜ ନେଇ କୁତ୍ରା ଥାନାରେ ତାଙ୍କ ଭଉଣୀ ଏତଲା ଦେଇଥିଲେ। ଏବେ ବିରଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ତାଙ୍କୁ ଆଣିବା ପାଇଁ କୁତ୍ରା ଥାନା ପୁଲିସ ତାଳଚେର ଅଭିମୁଖେ ଯାଉଛି। ଏନେଇ ସୁନ୍ଦରଗଡ଼ ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି।