ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ

କୋରାପୁଟ,ଏନ୍ଏନ୍ଏସ୍: ଦିବ୍ୟାଙ୍ଗଙ୍କ ଥଇଥାନ ଯୋଜନାରେ ରତି ମୁଦୁଲି ନାମକ ଦିବ୍ୟାଙ୍ଗ ଯୁବକଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୧୫ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ରତି ମୁଦୁଲି ଜଣେ ଦୃଷ୍ଟିହୀନ ଯୁବକ ହୋଇଥିବାରୁ ଜିଲ୍ଲାପାଳ ଅବଦ୍ଦଲ୍ ଏମ୍ ଅଖତାରଙ୍କ ସୁପାରିସକ୍ରମେ କୋରାପୁଟ ପୌରପରିଷଦ ନିର୍ବାହି ଅଧିକାରୀ ଆଲୋକ ରଞ୍ଜନ ସାମନ୍ତରାୟ ସହାୟତା ଚେକ୍ ପ୍ରଦାନ କରିଛନ୍ତି। ସେହିପରି ସୁନାବେଡ଼ା ଚର୍ଚ କଲୋନୀର ସଦାମଣି ବାଘଙ୍କୁ ଔଷଧ କିଣିବା ନିମନ୍ତେ ଜିଲ୍ଲା ରେଡକ୍ରସ୍ ପାଣ୍ଠିରୁ ୫ହଜାର ଟଙ୍କା ସହାୟତା ଦିଆଯାଇଛି। ଏସଓ ପ୍ରକାଶ ଚନ୍ଦ୍ର ସାମଲଙ୍କ ଉପସ୍ଥିତିରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ ସହାୟତା ରାଶି ପ୍ରଦାନ କରିଛନ୍ତି।