କଟକ,ଏନ୍ଏନ୍ଏସ୍: ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣାକୁ ନେଇ ଦେଖା ଦେଇଥିବା ବିବାଦ ହାଇକୋର୍ଟରେ ପହଞ୍ଚିଛି। ଛବିରାଣି ଚଳଚ୍ଚିତ୍ର ନିର୍ଦ୍ଦେଶକ ବବି ଇସଲାମଙ୍କ ପକ୍ଷରୁ ଚଳଚ୍ଚିତ୍ର ପୁରସ୍କାର ଚୟନ ପ୍ରକ୍ରିୟା ତ୍ରୁଟିପୂର୍ଣ୍ଣ ବୋଲି ଦର୍ଶାଯାଇ ଏହି ମାମଲା ଦାୟର ହୋଇଛି। ଗୁରୁବାର ହାଇକୋର୍ଟରେ ଏହି ମାମଲାର ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
ବିଦେଶୀ ଫିଲ୍ମକୁ ଅନୁକରଣ କରି ନିର୍ମିତ ଚଳଚ୍ଚିତ୍ରକୁ ପୁରସ୍କାର ଦିଆଯାଇଛି, କିନ୍ତୁ ମୌଳିକ ଓଡିଆ ଚଳଚ୍ଚିତ୍ର ପୁରସ୍କାରରୁ ବଞ୍ଚିତ ହୋଇଛି। ନିୟମ ଉଲ୍ଲଙ୍ଘନ କରି ଯୋଗ୍ୟତା ନଥିବା ଓ ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତିଙ୍କୁ ଚୟନ କମିଟିରେ ନିଆଯାଇଛି। ସେମାନେ ମନ ଇଚ୍ଛା ନିଷ୍ପତ୍ତି ନେଉଛନ୍ତି ବୋଲି ବବି ଇସଲାମ ମାମଲାରେ ଦର୍ଶାଇଛନ୍ତି।