Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଆସିବ ଲଜିଷ୍ଟିକ୍ସ ଭିତ୍ତିଭୂମି ସର୍ବେକ୍ଷଣ ରିପୋର୍ଟ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଆସିବ ଲଜିଷ୍ଟିକ୍ସ ଭିତ୍ତିଭୂମି ସର୍ବେକ୍ଷଣ ରିପୋର୍ଟ

ଭୁବନେଶ୍ବର,ଏନ୍ଏନ୍ଏସ୍: ଖଣିଜ ସମ୍ପଦ ଗଚ୍ଛିତ ରାଜ୍ୟ ମଧ୍ୟରେ ଓଡିଶା ଅନ୍ୟତମ। ଖଣିଜ ପଦାର୍ଥ ପରିବହନ ଲାଗି ଏକ ଲଜିଷ୍ଟିକ ବ୍ୟବସ୍ଥା ଲୋଡା। ଆଗାମୀ ୧୦ ବର୍ଷରେ ରାଜ୍ୟରେ ଲଜିଷ୍ଟିକ କ୍ଷେତ୍ରରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ନିବେଶ ସମ୍ଭାବନା ରହିଥିବା ଅଣ୍ଡିଆନ ଚାମ୍ବର ଅଫ୍ କମର୍ସ (ଆଇସିସି) ଆନୁକୁଲ୍ୟରେ ଏକ ସ୍ବତନ୍ତ୍ର ଆଲୋଚନାରେ ବିଶେଷଜ୍ଞମାନେ କହିଛନ୍ତି।

ରାଜ୍ୟର ପରିବହନ ଭିତ୍ତିଭୂମିର ସର୍ବେକ୍ଷଣ କରିବା ସହ ଏକ ରିପୋର୍ଟ ପ୍ରସ୍ତୁତ କରାଯିବ। ଲଜିଷ୍ଟିକ୍ ଭିତ୍ତିଭୂମି ସର୍ବେକ୍ଷଣ ପାଇଁ ଓଡ଼ିଶା ସରକାର ଓ ରାଇଟସ ଲିମିଟେଡ୍ ସହ ଆଇସିସିର ୨ଟି ଚୁକ୍ତି ସ୍ବାକ୍ଷରିତ ହୋଇଛି। ସଡ଼କ, ରେଳପଥ, ଆଭ୍ୟନ୍ତରୀଣ ଜଳପଥ, ସାଧାରଣ ପରିବହନ, ବନ୍ଦର ଏବଂ ବିମାନ ଯୋଗାଯୋଗର ଲଜିଷ୍ଟିକ ଭିତ୍ତଭୂମିକୁ ନେଇ ସର୍ବେକ୍ଷଣ କରାଯିବ। ସର୍ବେକ୍ଷଣର ଦାୟିତ୍ବ ନେବ ଇଣ୍ଡିଆନ୍ ଚାମ୍ବର ଅଫ କମର୍ସ (ଆଇସିସି)। ଏହି ସର୍ବେକ୍ଷଣ କରିବା ଓ ଏକ ବ୍ୟାପକ ରିପୋର୍ଟ ପ୍ରସ୍ତୁତ କରିବା ଲାଗି ଓଡ଼ିଶା ସରକାର ଓ କେନ୍ଦ୍ରୀୟ ରାଷ୍ଟ୍ରାୟତ ସଂସ୍ଥା ରାଇଟସ ଲିମିଟେଡ୍ ସହ ଆଇସିସି ହାତ ମିଳାଇଛି।

ଭୁବନେଶ୍ବର ଇଡକୋ ସମ୍ମିଳନୀ କକ୍ଷରେ ଏମଓୟୁ ସ୍ବାକ୍ଷର ହୋଇଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ ଓ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନାଙ୍କ ଉପସ୍ଥିତିରେ ଆଇସିସି ପକ୍ଷରୁ ଚୁକ୍ତି ସ୍ଵାକ୍ଷର କରାଯାଇଛି। ଗୋଟିଏ ଏମଓୟୁ ଓଡ଼ିଶା ସରକାରଙ୍କ ସହ ଓ ଅନ୍ୟଟି ରାଇଟସ ସହିତ ସ୍ବାକ୍ଷର ହୋଇଛି। ସର୍ବେକ୍ଷଣରେ ରାଜ୍ୟରେ ଥିବା ପରିବହନ ଭିତ୍ତିଭୂମି ଓ ଭବିଷ୍ୟତରେ ଶିଳ୍ପର ସମ୍ପ୍ରସାରଣ ଯୋଜନା, ରେଳ ଓ ସଡ଼କ ଭିତ୍ତିଭୂମିର ଆକଳନ କରାଯିବ। ବନ୍ଦର ଭିତ୍ତିଭୂମି, ଜଳପଥର ପରିବହନ କ୍ଷମତା, ଲୁହାପଥର ଓ ତୈଳ ଏବଂ ଗ୍ୟାସ ପରିବହନ ଲାଗି ପାଇପଲାଇନ୍ ଆଦି ଭିତ୍ତିଭୂମିର ମଧ୍ୟ ଅନୁଶୀଳନ କରାଯିବ। ୩ ମାସ ମଧ୍ୟରେ ଏହି ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଏହି ସର୍ବେକ୍ଷଣରେ ରାଜ୍ୟରେ ଥିବା ପରିବହନ ଭିତ୍ତିଭୂମି ଓ ଭବିଷ୍ୟତରେ ଶିଳ୍ପର ସମ୍ପ୍ରସାରଣ ଯୋଜନା, ରେଳ ଓ ସଡ଼କ ଭିତ୍ତିଭୂମିର ଆକଳନ କରାଯିବ। ବନ୍ଦର ଭିତ୍ତିଭୂମି, ଜଳପଥର ପରିବହନ କ୍ଷମତା, ଲୁହାପଥର ଓ ତୈଳ ଏବଂ ଗ୍ୟାସ ପରିବହନ ଲାଗି ପାଇପଲାଇନ୍ ଆଦି ଭିତ୍ତିଭୂମିର ମଧ୍ୟ ଅନୁଶୀଳନ କରାଯିବ। କାର୍ଯ୍ୟକ୍ରମରେ ପରିବହନ ବିଭାଗର ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ, ଏମଏସଏମଇ ସଚିବ ସତ୍ୟବ୍ରତ ସାହୁ, ଇପିକଲର ଏମଡି ଭୁପିନ୍ଦର ସିଂ ପୁନିଆ, ଟାଟା ଷ୍ଟିଲର ପ୍ରଦୀପ ବଳ, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।