ବିନା ଶୁଳ୍କରେ ପେନସନ ଉପଭୋକ୍ତାଙ୍କ ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପକୋଷାଗାର କାର୍ଯ୍ୟାଳୟରେ ବିନା ଶୁଳ୍କରେ ପେନସନ ଉପଭୋକ୍ତାଙ୍କ ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ ପାଇଁ ମୋ ସେବା କେନ୍ଦ୍ରରେ ସହାୟତା କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଅବସରରେ ଉପକୋଷାଗାର ଅଧିକାରୀ ସୁଧାକର କହଁର, ତପନ କୁମାର ଦିଗାଳ, ପ୍ରଦୀପ କୁମାର ବେହେରା, ମିନତୀ କୁମାରି ମିଶ୍ର, ଶରତ କୁମାର ପୂଜାରୀ ମୋ ସେବା କେନ୍ଦ୍ରର ଜିଲ୍ଲା ପରିଚାଳକ ଗୋଲକ ବିହାରୀ ନାୟକଙ୍କ ସମେତ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ବାଲିଗୁଡ଼ା ଅଞ୍ଚଳର ବହୁ ପେନସନ ଉପଭୋକ୍ତା ନିଜର ଆଧାର କାର୍ଡ, ପେନସନ ବହି, ବ୍ୟାଙ୍କ ପାସବୁକ ଓ ମୋବଇଲ ନଂ ସଂଯୋଗ କରି ବିନା ଶୁଳ୍କରେ ସେମାନଙ୍କ ଜୀବନ ପ୍ରମାଣ ପତ୍ର ହାତ ପାଆନ୍ତାରେ ପାଇପାରିବେ । ମୋ ସେବା କେନ୍ଦ୍ର ମାଧ୍ୟମରେ ପେନସନ ଉପଭୋକ୍ତାଙ୍କ ଘରକୁ ଯାଇ ସେବା ଦେବାର ବ୍ୟବସ୍ଥା ମଧ୍ୟ ରହିଛି । ରାଜ୍ୟ ସରକାରଙ୍କ ଏହି ଯୋଜନାକୁ ପେନସନ ଉପଭୋକ୍ତା ସାଧୁବାଦ ଜଣାଇଛନ୍ତି ।