ସମ୍ବିଧାନ ଅଧିକାର ପାଇଁ ଲଢେଇ ଜାରି ରହିବ: ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କଲ୍ୟାଣ ମଣ୍ଡପ ଠାରେ ଆଜି ବିଶ୍ୱ ଆଦିବାସୀ ଦିବସ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ସ୍ଥାନୀୟ ଚଣ୍ଡୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଆଦିବାସୀ ନୃତ୍ୟ ପରିବେଷଣ କରି ସହର ପରିକ୍ରମା କରିଥିଲେ। ଉତ୍କଳ କନ୍ଧ ସମାଜ କେନ୍ଦ୍ରୀୟ କମିଟି ସଭାପତି ଚିନ୍ତାମଣି ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଆଦିବାସୀ ନେତା ସୁରେନ୍ଦ୍ର ସିଂ ଭୋଇ ଯୋଗଦେଇଥିବା ବେଳେ ବେଦବ୍ୟାସ ଭୋଇ ମୁଖ୍ୟବକ୍ତା, ବ୍ଲକ ଉପାଧ୍ୟକ୍ଷ ଗୁଣ ସାଗର ମାଝୀ, ମାଝି ପ୍ରଗଣା ଆଠଗାଁ ପ୍ରହଲ୍ଲାଦ ମାଝୀ, ଯାନୀ ପ୍ରଗଣା ଦାଶରଥି ଭୋଇ, ଶିକା ପ୍ରଗଣା ପ୍ରେମ ଭୋଇ, ଗହକା ପ୍ରଗଣା ଢୁଲ ମାଝୀ, ଦୁର୍ଜନ ମାଝୀ, ସଦାଶିବ ମାଝୀ, ବୁଢ଼ାବାହାଲ ପୂର୍ବତନ ସରପଞ୍ଚ କପିଳ ଭୋଇ,ଭନ୍ଦ୍ରା ସରପଞ୍ଚ ରାଜିନ୍ଦ୍ର ଯାନୀ,ସୁରେନ୍ଦ୍ର ଭୋଇ,ଦାମଦର ଭୋଇ,ଦିବାକାର ଭୋଇ,ବିରାଟ ଭୋଇ, ଲମୋଦର ଭୋଇ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ।

ତେବେ ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ ଆଦିବାସୀ ବା ଆଦିମ ଜନଜାତି ମାନଙ୍କ ପ୍ରତି ଅଣଦେଖା କରିବା ସହ ଆଦିବାସୀ ମାନେ ମୌଳିକ ଅଧିକାରରୁ ବଞ୍ଚିତ ରହିଛନ୍ତି। ଅନେକ ଗାଁକୁ ପକ୍କା ରାସ୍ତା,ସ୍ୱାସ୍ଥ୍ୟ ସେବା, ବିଜୁଳି ଭଳି ସମସ୍ୟା ରହିଛେ ଏବେବି ଆଦିବାସୀ ମାନେ ବିକାଶର ଦୂରରେ ରହିଛନ୍ତି। ତେଣୁ କରି ସମ୍ବିଧାନ ଅଧିକାର ପାଇଁବା ପାଇଁ ଲଢେଇ ଜାରି ରହିବ ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସିଂ ଭୋଇ ମତବ୍ୟକ୍ତ ଦେଇଥିଲେ। ଆଦିବାସୀ ମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଭୋକିଲା ପେଟରେ ଦିନ କାଟୁଥିବା ବେଳେ ସରକାର ସରକାରୀ ଯୋଜନାରେ ସାମିଲ କରି ବିଭିନ୍ନ ପ୍ରକାର ସହାୟତା କରିଥିବା ବେଳେ ଅନେକ ଆଦିବାସୀ ମାନେ ସରକାରୀ ଯୋଜନାରୁ ବଞ୍ଚିତ ରହିଛନ୍ତି।

ତେଣୁ ଭୋକର ଭୋଗଳ ବର୍ତ୍ତମାନ ପର୍ଯ୍ୟନ୍ତ ରହିଛି ସାରା ରାଜ୍ୟ ବୋଲି ଅତିଥିମାନେ ସଭାରେ ମତବ୍ୟକ୍ତ ପ୍ରଦାନ କରିଥିଲେ। ଉକ୍ତ ସଭାକୁ ଖୁସିରାମ ଯାନୀସଭା ପରିଚାଳନା କରିଥିବା ବେଳେ ଶେଷ ଦେବ ଯାନୀ, ବୈକୁଣ୍ଠ ଭୋଇ, ରହିତ ଯାନୀ, ଅରୁଣ ସିଂ ଭୋଇ, ମହେନ୍ଦ୍ର କୁମାର ଭୋଇ, ଦେବେନ ଭୋଇ, ଶିବ ମାଝୀ, ପ୍ରଶାନ୍ତ ଭୋଇ, ରୀଙ୍କୁ ଭୋଇ, କିଶୋର ଭୋଇ ପ୍ରମୁଖ ସହଯୋଗ କରିଥିଲେ।