ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକରେ ଲଘୁଚାପଜନିତ ବର୍ଷା ଯୋଗୁଁ ଅନେକ ଲୋକଙ୍କ କ୍ଷୟକ୍ଷତି ହେବା ସହ ଅନେକ ଚାଷ ଜମିରେ ଜଳମଗ୍ନ ଅବସ୍ଥାରେ ରହିଛି। ତେବେ ଲଗାଣ ବର୍ଷା ଯୋଗୁଁ ଭନ୍ଦ୍ରା ପଞ୍ଚାୟତ ଲୁହୁରାପାଲି ଗାଁ’ର ବୁଇ ତାଣ୍ଡି ଘର ଭାଙ୍ଗି ଯିବା ସହ ଦୁଇ ଛେଳି ଛୁଆଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରଶାସନ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି। ଏହି ମହିଳା ଜଣଙ୍କ ଦୀର୍ଘ ବର୍ଷ ହେବ ଭଙ୍ଗା ଦଦରା ଘରେ ଜୀବନଯାପନ କରୁଥିଲେ ହେଲେ ତାଙ୍କର ଘର ଭାଙ୍ଗି ଯାଇଥିବା ନେଇ ଅସହାୟ ଅବସ୍ଥାରେ ରହିଛନ୍ତି। ତେବେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଆବାସ ଯୋଜନାରେ ସାମିଲ କରି ଘର ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।