ଫିଫା-୨୦୨୨: ଆଜି ଭାରତର ପ୍ରଥମ କ୍ୟାଲିଫାୟର ମ୍ୟାଚ୍

ଫୁଟବଲ ବିଶ୍ୱକପର ପ୍ରଥମ କ୍ୟାଲିଫାୟର ମ୍ୟାଚ୍ ଗୁରୁବାର ସନ୍ଧ୍ୟା ୭ଟା ୩୦ରେ ଆରମ୍ଭ ହେବ। ଏଥିରେ ଭାରତ ଓମାନକୁ ଭେଟିବ।

୧୯୯୮ ମସିହାର ସେମିଫାଇନାଲକୁ ନିକଟବର୍ତ୍ତୀ ହୋଇଥିବା କ୍ରିଏଶିୟାଈ ଟିମର ସଦସ୍ୟ ଇଗର ସ୍ଟିମାକ ଭାରତର ବର୍ତ୍ତମାନର ଉଚ୍ଚମାନର କୋଚ ଅଟନ୍ତି। ତେବେ ସେ କାର୍ଯ୍ୟଭାର ନେବା ପରଠୁ ଭାରତ ଟିମ ଅନ୍ତରାଷ୍ଟ୍ରୀୟ ୫ଟି ମ୍ୟାଚ୍ ଖେଳିଛି।

ତେବେ ବିଶ୍ୱ ରାଙ୍କିଙ୍ଗରେ ୧୦୩ନଂରେ ଥିବା ଓମାନ ବିପକ୍ଷରେ ଭାରତ ଏପର୍ଯ୍ୟନ୍ତ କୌଣସି ମ୍ୟାଚ୍ ଜିତିନାହିଁ। ୨୦୧୮ରେ ଆବୁଧାବିରେ ଭାରତ ଓ ଓମାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିବାବେଳେ ଏହା ଡ୍ର ରହିଥିଲା।
ତେବେ ଆଜିର ଏହି ମ୍ୟାଚ୍ରେ ଭାରତର ଷ୍ଟାର ଖେଳାଳି ସୁନିଲ ଛେତ୍ରୀଙ୍କ ଠାରୁ ଅନେକ ଆଶାରହିଛି। ଯିଏକି ୧୧୧ଟି ମ୍ୟାଚ୍ରେ ୭୧ଟି ଗୋଲ କରିଛନ୍ତି। ସେହିପରି ୧୦ ସେପ୍ଟେମ୍ବରରେ ଭାରତ ତା’ର ୨ୟ କ୍ୱାଲିଫାୟର ମ୍ୟାଚ୍ କତର ସହ ଖେଳିବ ବୋଲି ଜଣାପଡ଼ିଛି।