ଭୁଶୁଡ଼ିଲା ୩ ମହଲା କୋଠା, ୧ ମୃତ

ଗୁଜୁରାଟ,ଏନ୍ଏନ୍ଏସ୍: ଗୁଜୁରାଟର ଅହମଦାବାଦରେ ଏକ ୩ମହଲା କୋଠା ଭୁଶୁଡ଼ି ପଡ଼ିଥିବା ଜଣାଯାଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏଥିରେ ୪ରୁ ୫ଜଣ ଫଶି ରହିଥିବା ସନ୍ଦେହ କରାଯାଉଛି। ସୂଚନା ଅନୁଯାୟୀ ଅମରାଈବାଡି ଅଞ୍ଚଳର ଏକ ବଙ୍ଗଳାବାଲି ସାହିରେ ଏହି ଅଘଟଣ ଘଟିଛି। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।

ପୂର୍ବରୁ ମଧ୍ୟ ଗୁଜୁରାଟର ଅହମଦାବାଦରେ ଏକ ପାଣି ଟାଙ୍କି ପଡ଼ି ୨ଜଣଙ୍କ ମୃତ୍ୟୁ ହୋଇଥିଲା। ଏ ସମ୍ପର୍କରେ ଦମକଳ ବାହିନୀ ଅଧିକାରୀଙ୍କୁ ପଚାରିବାରେ ଯେଉଁ ପର୍ଯ୍ୟନ୍ତ ଭଙ୍ଗା ଘରର ମାଟିକୁ ପୁରା କଢ଼ା ନଯାଇଛି ସେ ପର୍ଯ୍ୟନ୍ତ କେତେଜଣ ଏଥିରେ ଫଶି ରହିଛନ୍ତି କହିହେବନାହିଁ ବୋଲି କହିଥିଲେ।