କରୋନା ମୁକାବିଲା ପାଇଁ ଲଂଚ ହେଲା ଭାରତର ପ୍ରଥମ ଔଷଧ ‘ଫେବିଫ୍ଲୁ’

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ଭାବେ ବଢ଼ି ଚାଲିଥିବାବେଳେ ସମସ୍ତଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ମହାରାଷ୍ଟ୍ରସ୍ଥିତ ଗ୍ଲେନମାର୍କ ଫାର୍ମାସ୍ୟୁଟିକଲ୍ସ କରୋନା ମୁକାବିଲା ପାଇଁ ଭାରତର ପ୍ରଥମ ଔଷଧ ‘ଫେବିଫ୍ଲୁ’  ଲଂଚ କରିଛି। ଏହାର ଗୋଟିଏ ବଟିକାର ମୂଲ୍ୟ ୧୦୩ ଟଙ୍କା ରହିଛି।

ଗ୍ଲେନମାର୍କ ଫାର୍ମାସ୍ୟୁଟିକଲ୍ସର ଚେୟାରମ୍ୟାନ କହିଛନ୍ତି କି, ‘ଭାରତରେ କରୋନା ମାମଲା ବଢ଼ୁଥିବା ସମୟରେ ଏହି ଔଷଧକୁ ମଞ୍ଜୁରୀ ମିଳିଥିବାରୁ ଆମ ସ୍ୱାସ୍ଥ୍ୟସେବା ପ୍ରଣାଳୀ ଖୁବ୍ ଚାପରେ ରହିଛି।’ କିନ୍ତୁ ଫେବିଫ୍ଲୁ ଭଳି ଏକ ପ୍ରଭାବୀ ଔଷଧ ମାଧ୍ୟମରେ କରୋନା ସଂକ୍ରମଣକୁ ରୋକାଯାଇ ପାରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

ସୂଚନାଯୋଗ୍ୟ, କରୋନା ଚିକିତ୍ସା ପାଇଁ ପୂର୍ବରୁ ରେମଡେସିଭିର ଓ ଅନ୍ୟ ଔଷଧକୁ ବ୍ୟବହାର କରାଯାଇଥିଲା। ଆଉ ଏବେ ଫେବିଫ୍ଲୁକୁ ମଂଜୁରୀ ମିଳିଯାଇଛି। ଯଦି ଏହି ଔଷଧ ସଫଳ ସାବ୍ୟସ୍ତ ହୁଏ ତେବେ ଆମେ ଖୁବଶୀଘ୍ର କରୋନା ଲଢ଼େଇରେ ବିଜୟୀ ହେବୁ।