ଭୁବନେଶ୍ୱରରୁ ଆଜି ୧୧ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଭୁବନେଶ୍ୱରରୁ ଆଜି ୧୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ହୋମ୍ କ୍ୱାରେଣ୍ଟାଇନରୁ ହୋଇଥିବା ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିôବା ଆକ୍ରାନ୍ତଙ୍କ ମଧ୍ୟରୁ ମଂଚେଶ୍ୱର ଅଂଚଳରେ କାର୍ଯ୍ୟ କରୁଥିବା ୬ ଜଣ ପୁରୁଷ ରହିଛନ୍ତି, ସେମାନେ ଜୁନ୍ ୧୦ ତାରିଖରେ ଉତ୍ତରପ୍ରଦେଶରୁ ଫେରିଥିଲେ। ସେହିପରି ପଶ୍ଚିମବଙ୍ଗରୁ ଜୁନ୍ ୧୧ ତାରିଖରେ ଫେରିଥିବା ଜଣେ ୨୭ ବର୍ଷୀୟ ଯୁବକ ରହିଛନ୍ତି ସେ ମଧ୍ୟ ମଂଚେଶ୍ୱର ଅଂଚଳରେ କାର୍ଯ୍ୟ କରନ୍ତି। ଜୁନ୍ ୧୧ ତାରିଖରେ ପଶ୍ଚିମବଙ୍ଗରୁ ଫେରିଥିବା ଆଉ ଜଣେ ୩୩ ବର୍ଷୀୟ ପୁରୁଷ ରହିଛନ୍ତି ଯିଏକି ବାଣୀବିହାର ନିକଟସ୍ଥ ଏକ ନିର୍ମାଣ ସଂସ୍ଥାର କର୍ମଚାରୀ। ଅନ୍ୟ ୩ ଜଣ ରେଳ କର୍ମଚାରୀ ରହିଛନ୍ତି ଯାହାଙ୍କ ଟ୍ରାଭେଲ ହିଷ୍ଟ୍ରି ଦିଲ୍ଲୀ ରହିଛି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ଏଯାବତ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୬ରେ ପହଂଚିଥିବାବେଳେ ୯୩ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୩ ଜଣଙ୍କର ମୃତ୍ୟୁ ଘଟିଛି ଓ ୯୯ଟି ସକ୍ରିୟ ମାମଲା ରହିଛି।