ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୧୪୩ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୩,୮୬୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।
ଆଜି ସୁସ୍ଥ ହୋଇଥିôବା ୧୪୩ ଜଣଙ୍କ ମଧ୍ୟରୁ ଗଜପତିରୁ ସର୍ବାଧିକ ୧୮, ବରଗଡ଼, ମାଲକାନଗିରି ଓପୁରୀରୁ ୧୫ ଲେଖାଏଁ, ବଲାଙ୍ଗିରରୁ ୧୨, କଟକରୁ ୧୦, ଖୋର୍ଦ୍ଧାରୁ ୯, ମୟୁରଭଞ୍ଜରୁ ୮, କେନ୍ଦ୍ରାପଡ଼ା ଜିଲ୍ଲାରୁ ୬ ଜଣ ରହିଛନ୍ତି। ସେହିପରି ବାଲେଶ୍ୱର, ଢେଙ୍କାନାଳ, ସମ୍ବଲପୁରରୁ ୫ ଲେଖାଏଁ, ଭଦ୍ରକ, ବୌଦ୍ଧ, ଜଗତସିଂହପୁର, ଯାଜପୁର ଓ କଳାହାଣ୍ଡିରୁ ୩ ଲେଖାଏଁ, କନ୍ଧମାଳ ଓ କେଉଁଝରରୁ ୨ ଲେଖାଏଁ, ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଆରୋଗ୍ୟ ଲାଭ କରିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫, ୩୦୩କୁ ବୃଦ୍ଧି ପାଇଥିବାବେଳେ ୩,୮୬୩ ଜଣ ସୁସ୍ଥ ହୋଇଛନ୍ତି। ସେହପରି ୧୫ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୪୧୯ ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।