କର୍ଲାମୁଣ୍ଡା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା ଗଠନ ଦିବସ ଅବସରରେ ସ୍ଥାନୀୟ କର୍ଲାମୁଣ୍ଡା ବ୍ଲକର ବୋରପଦର ଗ୍ରାମପଞ୍ଚାୟତରେ ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ୧୦୦ ଦିନର କାର୍ଯ୍ୟ କରିଥିବା ୬୯ଜଣ ଶ୍ରମିକଙ୍କୁ ଜିଲ୍ଲା ଓ ବ୍ଲକ ପ୍ରଶାସନ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଅବସରରେ ଆଗାମୀ ଦିନରେ ୧୫୦ ଦିନ କାର୍ଯ୍ୟ ଯୋଗାଇଦେବା ପାଇଁ କର୍ଲାମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସୁଚରିତା ମୁଗ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଯୁବ ସରପଞ୍ଚ ସୁବାସ ସାହୁ, ପଞ୍ଚାୟତ ସମିତି ଅଧ୍ୟକ୍ଷା କୁନି ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସୁଚରିତା ମୁଗ୍ରୀ, ସହକାରୀ ଯନ୍ତ୍ରୀ ସନ୍ଦୀପ ନାୟକ, ଜିପିଓ ଯୁଗଳ କିଶୋର ନାୟକ, ଗ୍ରାମ ରୋଜଗାର ସେବକ କ୍ଷମାନିଧି ସାହୁ, ସମିତି ସଭ୍ୟା ଆରତୀ ସାହୁ ଓ ଯୋଗାଣ ସହାୟକ ବିକ୍ରମ ସାହୁଙ୍କ ସମେତ ଜନସାଧାରଣ ଉପସ୍ଥିତ ଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସୁଚରିତା ମୁଗ୍ରୀ ନୂତନ ଭାବେ ଯୋଗଦେବା ଦିନଠୁ ଅନେକ ଅଞ୍ଚଳବାସୀ ତାଙ୍କ କାର୍ଯ୍ୟକୁ ପସନ୍ଦ କରିବା ସହ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।