ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ପଞ୍ଚାୟତବାସୀଙ୍କୁ ସିଆରପିଏଫ ୧୨୭ ବାଟାଲିୟନ ତରଫରୁ ବିଭିନ୍ନ ସାମଗ୍ରୀ ବଣ୍ଟନ

କନ୍ଧମାଳ,ଏନ୍‌ଏନ୍‌ଏସ୍‌: ଗୃହ ମନ୍ତ୍ରଣାଳୟର ଆର୍ଥିକ ସହାୟତା ଯୋଜନା ଅଧୀନରେ ଆୟୋଜିତ କାର୍ଯ୍ୟକ୍ରମରେ ଆଣ୍ଟି ନକ୍ସଲ ଡ୍ୟୁଟିରେ ଥିବା ୧୨୭ ବାଟାଲିୟନ ତରଫରୁ କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅଧୀନ ବାଲନ୍ଦାପଡ଼ାରେ ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ପଞ୍ଚାୟତବାସୀଙ୍କୁ ବିଭିନ୍ନ ସାମଗ୍ରୀ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ୧୨୭ ବାଟାଲିୟନ କମାଡେଣ୍ଟ ଆନନ୍ଦ ଝା, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ବିଜୟ ପ୍ରକାଶ ଚୌବେ ଓ ପ୍ରଦୀପ ଭି କେ ପ୍ରମୁଖଙ୍କ ଉପସ୍ଥିତିରେ ଏକ କାର୍ଯ୍ୟକ୍ରମରେ ଭଲିବଲ, ଭଲିବଲ ନେଟ, ଫୁଟବଲ ଓ ହ୍ୟାଣ୍ଡବଲ୍ ୩ଟି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଛି । ଏଥିସହିତ ରୋଷେଇ ଉପକରଣ ୪-୫ ଜଣଙ୍କୁ ନେଇ ଗଠିତ ପ୍ରତ୍ୟେକ ପରିବାର ଏବଂ ଗ୍ରାମ ବାପୁଙ୍ଗା ଗ୍ରାମପଞ୍ଚାୟତ ବାଲନ୍ଦାପଡ଼ାର ଅଭାବୀ ଓ ଗରିବ ପରିବାରକୁ ପ୍ରଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବାଲାନ୍ଦାପଡ଼ାର ସରପଞ୍ଚ ନିରକାର ନାୟକ, ପିଏସର ବିଭିନ୍ନ ସଦସ୍ୟ, ବାଲନ୍ଦାପଡ଼ା ଓ ଆଖପାଖ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ଯୋଜନା ଅଧୀନରେ ସମୁଦାୟ ୨୦ ପରିବାର ଏବଂ ୩ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଉପକୃତ ହୋଇଥିଲେ । ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ କନ୍ଧମାଳ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରେ ନିୟମିତ କରାଯିବ ବୋଲି କମାଡେଣ୍ଟ ଶ୍ରୀ ଝା ସୂଚନା ଦେଇଛନ୍ତି ।