ମନ୍ତ୍ରୀଙ୍କୁ ଅଣ୍ଡା ମାଡ଼ ଭୟ: ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଲା ପୁଲିସ

ବ୍ରାହ୍ମଣୀଗାଁ,ଏନ୍ଏନ୍ଏସ୍: ଦାରିଙ୍ଗବାଡ଼ି ବ୍ଲକରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ଼ ବଣ୍ଟନ କରିବା ପାଇଁ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଦାରିଙ୍ଗବାଡ଼ି ଗସ୍ତ କରିଥିଲେ।

ବିରୋଧୀ କଂଗ୍ରେସ ଓ ବିଜେପି କର୍ମୀ ମନ୍ତ୍ରୀଙ୍କ ଗସ୍ତରେ ଅଣ୍ଡା ମାଡ଼ ଓ କଳା ପତାକା ପ୍ରଦର୍ଶନ କରିବା ଆଶଙ୍କା କରି ଦାରିଙ୍ଗବାଡ଼ି ଥାନା ପକ୍ଷରୁ କଂଗ୍ରେସ କର୍ମୀ ତଥା ପୂର୍ବତନ ବ୍ଲକ ସଭାପତି କାଳିପ୍ରସାଦ ମଲିକ, ପ୍ରଭଞ୍ଜନ ନାୟକ, ତିଆଡ଼ି ନାୟକ, ବ୍ଲକ ସଭାପତି ପ୍ରଦୀପ ନାୟକ, କରୁଣା ପ୍ରଧାନ, ବିଳାସିନି ନାୟକ ସେହିପରି ବିଜେପି କର୍ମୀ ମହେଶ୍ବର ସାହୁ, ସୋନାଲି ପ୍ରଧାନ, ମିଟୁ ସାହୁ ପ୍ରମୁଖ ୧୨ ଜଣଙ୍କୁ ଘରୁ ଉଠାଇ ନେଇ ଦାରିଙ୍ଗବାଡ଼ି ସ୍ଥିତ ରିସର୍ଟ ଲଜ୍ ଠାରେ ଅଟକ ରଖିଥିଲେ।

ଏହାସହ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ଼ ବଣ୍ଟନ ଆୟୋଜନ ସ୍ଥଳକୁ ଯାଉଥିବା ମହିଳାଙ୍କୁ ତନତନ କରି ବ୍ୟାଗ ଚେକିଂ କରିଥିଲେ। କୌଣସି ଅପ୍ରିତିକାର ଘଟଣା ଘଟିନଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି।