ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ୱଶୂର ଏବଂ ବୋହୂଙ୍କ ମୃତ୍ୟୁ

ରାୟଗଡା,ଏନ୍ଏନ୍ଏସ୍: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ୱଶୂର ଏବଂ ବୋହୂଙ୍କ ମୃତ୍ୟୁ ହୋଇଯାଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଠଙ୍ଗପଡା ଗ୍ରାମରେ। ଘଟଣାସ୍ଥଳରେ ହିଁ ଶ୍ୱଶୂର ଡାହାଣୀ ମାଣ୍ଡିକା ଓ ବୋହୂ ସୁମିତ୍ରା ମାଣ୍ଡିକାଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ ଆଜି ସକାଳେ ସୁମିତ୍ରା ମାଣ୍ଡିକା ପାଣି ହାଣ୍ଡି ଧରି ଘରକୁ ପ୍ରବେଶ କରୁଥିବା ବେଳେ ଘରର ବାରିପଟେ ବିଦ୍ୟୁତ ତାର ଛିଣ୍ଡି ଗ୍ରୀଲକୁ ଲାଗିଥିଲା। ତେବେ ଗ୍ରୀଲକୁ ଧରିବା ସମୟରେ ସୁମିତ୍ରା ହଠାତ ତଳେ ପଡିଯାଇଥିଲା। ତେବେ ଶ୍ୱଶୂର ଡାହାଣୀ ମାଣ୍ଡିକା ବୋହୂକୁ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ତେବେ ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ଆମ୍ବୁଲାନ୍ସ ଯୋଗେ ବିଷମକଟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ସୁମିତ୍ରା ମାଣ୍ଡାଙ୍ଗି ଗର୍ଭବତୀ ଥିବା ଜଣାପଡିଛି। ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଘଟଣାସ୍ଥଳରେ ବିଷମକଟକ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି।