Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ନାବଳକ ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ, ଶବ ପୋଡୁଥିବା ବେଳେ ପୁଲିସ ଜବତ କଲା ଅର୍ଦ୍ଦ ଦଗ୍ଧ ମୃତଦେହ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ନାବଳକ ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ, ଶବ ପୋଡୁଥିବା ବେଳେ ପୁଲିସ ଜବତ କଲା ଅର୍ଦ୍ଦ ଦଗ୍ଧ ମୃତଦେହ

ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ଥାନା ଅନ୍ତର୍ଗତ ଝରାକଣ୍ଢଳ ଗ୍ରାମରେ ନାବଳକ ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହାପରେ ମୃତ ଦେହକୁ ପୋଡି ଦେଉଥିବା ସମୟରେ ପୁଲିସ ସୂଚନା ପାଇ ଅର୍ଦ୍ଦ ଦଗ୍ଧ ମୃତ ଦେହ ଜବତ କରିବା ସହ ୨ ନାବାଳକଙ୍କୁ ଅଟକ ରଖିଛି। ଅନ୍ୟପକ୍ଷରେ ଢେଙ୍କାନାଳ ଜିଲ୍ଲାରୁ ସାଇଣ୍ଟିଫିକ ଟିମକୁ ଡକା ଯାଇଥିବାବେଳେ ଘଟଣାସ୍ଥଳରେ ଏସଡିପିଓ ସୁଲେମାନ ଏକ୍କାଙ୍କ ସମେତ ବାରକୋଟ ଥାନାର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହିଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ ଝରାକଣ୍ଡଳ ଗ୍ରାମର ବେଣୁଧର କିସାନ(୪୫) ଅନ୍ୟ ଦିନମାନଙ୍କ ଭଳି ଗତକାଲି ସନ୍ଧ୍ୟା ପ୍ରାୟ ୮ଟା ସମୟରେ ନିଶା ସକ୍ତ ଅବସ୍ଥାରେ ନିଜ ସ୍ତ୍ରୀ ସହ ପାଟି ତୁଣ୍ଡ କରି ଅଶ୍ଳୀଳ ଗାଳି ଗୁଲଜ କରିଥିଲା। ଏହା ଦେଖି ଘରେ ଥିବା ବଡ଼ ପୁଅ (୧୬) ଓ ସାନ ପୁଅ (୧୨) ନିଜ ବାପା ବେଣୁଙ୍କୁ ଗଣ୍ଡଗୋଳ ନ କରିବାକୁ ଅନୁରୋଧ କରିଥିଲେ। ଏହି ସମୟରେ ବେଣୁ ନିଜ ସ୍ତ୍ରୀକୁ ପୁଅ ସହ ଅନୈତିକ ସମ୍ପର୍କ ଥିବା କହିବାରୁ ବଡ ପୁଅ(୧୬) ଉତକ୍ଷୀପ୍ତ ହୋଇ ଘରେ ଥିବା ଏକ ଟାଙ୍ଗିଆରେ ବେଣୁକୁ ଆକ୍ରମଣ କରିଥିଲେ। ଫଳରେ ବେଣୁ ଗୁରୁତର ହୋଇ ପଡିବାରୁ ଅନ୍ୟ କେତେକ ସମ୍ପର୍କୀୟଙ୍କ ସହାୟତାରେ ବଣାଇଁ ଡାକ୍ତରଖାନାରେ ଗଛରୁ ପଡ଼ିଯାଇଥିବା ଦର୍ଶାଇ ବେଣୁଙ୍କୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ।

ସେଠାରେ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ଆଇଜିଏଚକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ସକାଳେ ବେଣୁଙ୍କ ମୃତ ଦେହକୁ ଗ୍ରାମ ନିକଟ ନଦୀ ପଠାରେ ପୋଡ଼ାଯାଉଥିବା ବେଳେ କୌଣସି ସୂତ୍ରରୁ ସୂଚନା ପାଇ ବାରକୋଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅର୍ଦ୍ଧଦଗ୍ଧ ମୃତ ଦେହକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଖବର ଲେଖା ଯିବା ପର୍ଯ୍ୟନ୍ତ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନଥିବା ବେଳେ ବାରକୋଟ ଥାନା ପୁଲିସ ଘଟଣାସ୍ଥଳରୁ ଅର୍ଦ୍ଦ ଦଗ୍ଧ ମୃତ ଦେହକୁ ଜଗି ରହିଛି।