କେନ୍ଦ୍ରର କ୍ରାଇସିସ୍ ମ୍ୟାନେଜମେଣ୍ଟ ଯୋଜନା

ନୂଆଦିଲ୍ଲୀ: ଲକଡାଉନକୁ ନେଇ କେନ୍ଦ୍ର ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି। ଦେଶବ୍ୟାପି ହଟସ୍ପଟ ଓ ଗ୍ରୀନଜୋନ ଚିହ୍ନଟ କରାଯାଇଛି। ଅଧିକ ସଂକ୍ରମିତ ଅଞ୍ଚଳକୁ ହଟସ୍ପଟ ଘୋଷଣା କରାଯାଇଥିବା ବେଳେ ଏଥିରେ ୧୧୭ଟି ଜିଲ୍ଲା ସାମିଲ ରହିଛି। ଯେଉଁ ଜିଲ୍ଲାରେ କରୋନା ବ୍ୟାପିନି ସେହି ଜିଲ୍ଲା ଯେପରି ସଂକ୍ରମିତ ନେହବ ସେଥିପ୍ରତି ଅଧିକ ଗୁରୁତ୍ୱ ଦିଆଯିବ। ଯେଉଁ ଜିଲ୍ଲାରେ ଏପ୍ରିଲ ୨୦ ତାରିଖ ଭିତରେ କୌଣସି ନୂଆ ମାମଲା ନହେବ ସେଠାରେ ସର୍ତ୍ତମୂଳକ ଭାବେ ଲକଡାଉନ କେହାଳ କରାଯିବ ବୋଲି ସୂଚନା ମିଳିଛି। କୌଣସି ଅଞ୍ଚଳରେ ପଜିଟିଭ ବାହାରିଲେ କଣ୍ଟେନମେଣ୍ଟ ଓ ତା’ ପାଖରେ ବୋଫର ଜୋନ ହେବ। କଣ୍ଟେନମେଣ୍ଟ ଜୋନରେ ଘରକୁ ଘର ଯାଇ ସର୍ଭେ କରାଯିବ। ସାମାନ୍ୟ ଲକ୍ଷଣ ଦେଖାଗଲେ ସାମ୍ପଲ ନେଇ ଟେଷ୍ଟ କରାଯିବ।