ମଦ ନିଶାରେ ଶିଶୁ ପୁତ୍ରକୁ କଚାଡି ମାରିଲା ବାପା

ରାଉରକେଲା,ଏନ୍ଏନ୍ଏସ୍ବିରାମିତ୍ରପୁର ଥାନା ଅନ୍ତର୍ଗତ ଭଦରପୁରଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଗୁରୁବାର ବିଳମ୍ବିତ ରାତ୍ରିରେ ଅଗଣୁ ବିଂଝିଅ ପ୍ରଚୁର ମଦ୍ୟପାନ କରି ଘରକୁ ଆସିଥିଲେ। କୌଣସି କାରଣରୁ ପତ୍ନୀ ସଙ୍ଗୀତଙ୍କ ସହ ତାଙ୍କର ବଚସା ହୋଇଥିଲା। ଏହି ପରିପ୍ରେକ୍ଷୀରେ ଅଗଣୁ ଉତ୍ୟକ୍ତ ହୋଇ ପତ୍ନୀକୁ ମାରିବାକୁ ଉଦ୍ୟମ କରିଥିଲେ।

ପତ୍ନୀ ସଙ୍ଗୀତ ବଞ୍ଚିବାକୁ ଯାଇ ପ୍ରାଣ ବିକଳରେ ଘରୁ ପଦାକୁ ଦଉଡ଼ି ପଳାଇ ଥିଲେ। ସେହି ସମୟରେ ଅଗଣୁ ନିଶାରେ ଘରେ ଶୋଇଥିବା ୩ବର୍ଷର ପୁଅ ଶଙ୍କରଙ୍କୁ ତଳେ କଚାଡ଼ି ଦେଇଥିଲା। ଘଟଣାସ୍ଥଳରେ ଶିଶୁ ପୁତ୍ରର ମୃତ୍ୟୁ ଘଟିଥିଲା। ଖବର ପାଇ ବୀରମିତ୍ରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଗଣୁକୁ ଗିରଫ କରିବା ସହ ତାକୁ କୋର୍ଟ ଚାଲାଣ କରିଛି।