ଆରେ ଜଙ୍ଗଲରେ ଲାଗୁ ହେଲା ୧୪୪ ଧାରା

ମୁମ୍ବାଇ,ଏଜେନ୍ସ: ମହାରାଷ୍ଟ୍ରର ଉତ୍ତର ମୁମ୍ବାଇର ଆରେ ଜଙ୍ଗଲରୁ ପ୍ରଶାସନ ଶହ ଶହ ଗଛ କାଟିପାଇଁ ନିଷ୍ପତ୍ତି ନେଇଥିବାବେଳେ ଏହାକୁ ପରିବେଶ ସୁରକ୍ଷା ସଂଗଠନ ପକ୍ଷରୁ ବିରୋଧ କରାଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରଶାସନ ପକ୍ଷରୁ ଶୁକ୍ରବାର ରାତ୍ରିରେ ୨୦୦ରୁ ଅଧିକ ଗଛ କାଟି ଦିଆଯାଇଥିବାରୁ ସ୍ଥିତି ଅଧିକ ଉଦବେଗ ଜନକ ହୋଇଛି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହେବାରୁ ୧୪୪ ଧାରା ଲାଗୁ କରାଯାଇଛି। ତେବେ ମେଟ୍ରୋ ପ୍ରୋଜେକ୍ଟ ପାଇଁ ଗଛ କଟାଯାଉଥିବା ଜଣାଯାଇଛି। ଅନ୍ୟପଟେ ୧୦୦ଜଣ ଆନ୍ଦୋଳନକାରୀଙ୍କୁ ପୁଲିସ ଗିରଫ କରିଥିବା ଜଣାଯାଇଛି। ବମ୍ବେ ହାଇକୋର୍ଟରୁ ନିରାଶ ହେବାପରେ ପ୍ରକଳ୍ପକୁ ବିରୋଧ କରୁଥିବା ଆବେଦନକାରୀ ଓ ଆନ୍ଦୋଳନକାରୀମାନେ ସରକାରଙ୍କ ବିରୋଧରେ ସ୍ୱରଉତ୍ତୋଳନ କରି ଗଛ କଟାକୁ ବନ୍ଦ କରିବାକୁ ଦାବି କରିଛନ୍ତି।


ଅନ୍ୟପଟେ ଫଡ଼ନାଭି ସରକାର ଏବଂ ବିଏମସି ପ୍ରଶାସନର ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଏହି ପରିପ୍ରେକ୍ଷୀରେ ଶିବସେନା ନେତା ଆଦିତ୍ୟ ଠାକରେ ଏବଂ ସଞ୍ଜୟ ରାଉତ ମଧ୍ୟ ପ୍ରଶାସନର ଏହି ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଥିବା ଜଣାଯାଇଛି।