ଦେଓଗାଁ,ଏନ୍ଏନ୍ଏସ୍: ଦେଓଗାଁ ଥାନା ଅନ୍ତର୍ଗତ ସିଲେଟ କାନି ଗାଁ’ରେ ଜଣେ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ଉଦ୍ୟମ କରିଥିବା ନେଇ ଦେଓଗାଁ ଥାନାରେ ଅଭିଯୋଗ ହେଇଛି। ସିଲେଟ କାନି ଗାଁ’ର ନରକଙ୍କାଳ ଉଦ୍ଧାର ଘଟଣାକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଥିବା ଆଲୋଚନା ହେଉଛି। ପୁଅ ହତ୍ୟାର ପ୍ରତିଶୋଧ ନିଆଁରେ ବାପା ରକ୍ତମୁଖା ହେଇ ସନ୍ଦେହ କରୁଥିବା ବ୍ୟକ୍ତିଙ୍କୁ ବାଟରେ ଛେକି ଟାଙ୍ଗିଆରେ ଆକ୍ରମଣ କରିଛି। ସିଲେଟ କାନିର ଗଣନାଥ ମେହେର ବଡବନ୍ଧ ପଞ୍ଚାୟତରୁ ଚାଉଳ ନେଇ ଆସୁଥିବା ବେଳେ ଆକ୍ରମଣର ଶିକାର ହେଇଛନ୍ତି। ଟାଙ୍ଗିଆ ଚୋଟରେ ଗଣନାଥର ଡାହାଣ ହାତ କଟି ଯାଇଥିଲା।
ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବଲାଙ୍ଗିର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ପରିବାର ଲୋକେ। ଆକ୍ରମଣ ପାଇଁ ଟାଙ୍ଗିଆ ଧରି ଆଗରୁ ଗାଁ’ରେ ଅଭିଯୁକ୍ତ ବାପା ଉଗ୍ରେସନ ବଗର୍ତ୍ତୀ ଛକି ରହିଥିଲେ ବୋଲି ଗଣନାଥଙ୍କ ବୋହୁ ଗୀତା ମେହେର ସୂଚନା ଦେଇଛନ୍ତି। ପ୍ରକାଶ ଥାଉ କି ୨୦୨୦ ଫେବୃଆରୀ ୫ରେ ସୋନଗଡ଼ ନଦୀରୁ ନିଖୋଜ ବାବୁଲୁର ନରକଙ୍କାଳ ମିଳିଥିଲା। ଜାନୁଆରୀ ୨୧ରୁ ନିଖୋଜ ହୋଇଥିଲା ବାବୁଲୁ।