ସାର ପାଇଁ କୋଭିଡ ନିୟମକୁ ଫୁ’ କଲେ ଚାଷୀ

ଦେବଗଡ଼,ଏନ୍ଏନ୍ଏସ୍: ସାର ପାଇଁ କୋଭିଡ ନିୟମ ଭୁଲିଲେ ଚାଷୀ। ଦେବଗଡ ଜିଲ୍ଲାରେ ସାରର ଅଭାବ ଥିବା ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଅଭିଯୋଗ ହେବାପରେ ସାର ଆସି ଜିଲ୍ଲାରେ ପହଞ୍ଚିଥିଲା। ଏହାପରେ ସାର ନେବାପାଇଁ ଚାଷୀଙ୍କ ମଧ୍ୟରେ ଦେଖାଦେଇଥିଲା ଏକ ପ୍ରକାର ପ୍ରତିଯୋଗିତା। ଆଜି ବାରକୋଟ ବ୍ଲକ କାଦୋପଡା ସମବାୟ ସମିତିରେ ସାର ନେବାକୁ ଆସିଥିବା ଶତାଧିକ ଚାଷୀ ଆସି ଭିଡ ଜମାଇଥିଲେ। ସାମାଜିକ ଦୂରତାକୁ ଅଣଦେଖା କରିବା ସହ ମାକ୍ସ ବ୍ୟବାହର ନ କରିନଥିଲେ ଚାଷୀ।