ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଉପାନ୍ତ ସୁଖାସୋଢା ଗ୍ରାମର ଚାଷୀ ପୁଅ ମନୋଜ ସାହୁ(୧୯) ଉଡାଇବେ ଯୁଦ୍ଧ ବିମାନ। ମନୋଜ ନିକଟରେ ହୋଇଥିବା ବାୟୁସେନାର ପରୀକ୍ଷାର ଉତ୍ତୀର୍ଣ ହୋଇଛନ୍ତି। ଆସନ୍ତା ୨୪ ତାରିଖ ଭୁବନେଶ୍ୱରରେ କାମରେ ଯୋଗଦେବେ। ଏହାପରେ କର୍ଣ୍ଣାଟକରେ ଟ୍ରେନିଂ ଆରମ୍ଭ କରିବେ । ଟ୍ରେନିଂ ଶେଷ ହେବା ପରେ ସେ ଦେଶ ମାତୃକାର ସେବା ନିୟୋଜିତ ହେବେ ବୋଲି ମନୋଜ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ମୋ ବାପା ଜଣେ ଚାଷୀ, ସେ କଠିନ ପରିଶ୍ରମ କରି ଆମକୁ ମଣିଷ କରିବାସହ ଦେଶବାସୀଙ୍କୁ ଅନ୍ନ ଯୋଗାଉଛନ୍ତି। ତାଙ୍କ ପୁଅ ହୋଇ ମୁଁ ଦେଶ ମାତୃକାର ସେବାପାଇଁ ସେନାରେ ଯୋଗଦେବା ମୋ ପାଇଁ ଗର୍ବର ବିଷୟ। ମନୋଜ ଟ୍ରେନିଂ ପରେ ବାୟୁସେନାରେ ଯୋଗଦେଇ ଆକାଶରେ ଲଢୁଆ ବିମାନରେ ଉଡ଼ିବେ, ଶତ୍ରୁ ସୈନ୍ୟଙ୍କ ସହ ଲଢିବେ। ମାତ୍ର ୧୯ ବର୍ଷ ବୟଷରେ ତାଙ୍କର ଦେଶପ୍ରତି ଏହି ସମର୍ପିତ ଭାବ ସମସ୍ତଙ୍କୁ ବିମୋହିତ କରିଛି।