ପ୍ରିୟଙ୍କା ସମେତ ଅନ୍ୟ ନେତାଙ୍କୁ ଉଠାଇ ନେଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ,ଏଜେନ୍ସି: କୃଷି ଆନ୍ଦୋଳନକୁ ପାଖାପାଖି ଏକ ମାସ ହୋଇଯାଇଥିବା ବେଳେ ଏ ପର୍ଯ୍ୟନ୍ତ ସମାଧାନର କୌଣସି ନିଷ୍କର୍ଷ ମିଳିପାରିନାହିଁ। ଏହି ପରିପ୍ରେକ୍ଷୀରେ ରାହୁଲ ଗାନ୍ଧୀ ଆଜି ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ ପାଇଁ ରାଷ୍ଟ୍ର କଂଗ୍ରେସ ପକ୍ଷରୁ ଏକ ରାଲି କରିବାକୁ ଘୋଷଣା କରିଥିଲେ। ହେଲେ ରାଲି ପାଇଁ ତାଙ୍କୁ ଅନୁମତି ଦିଆଯାଇନଥିଲା। ପରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସମେତ ଅନେକ ନେତା ଏକ ରାଲିରେ ରାଜଭବନ ଅଭିମୁଖେ ବାହାରିଥିଲେ। ରାଲିରେ ଯିବା ସମୟରେ ଦିଲ୍ଲୀ ପୁଲିସ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ଅନ୍ୟ ନେତାଙ୍କୁ ଉଠାଇ ନେଇଛି।

ପ୍ରିୟଙ୍କା କହିଛନ୍ତି କି, ବିଜେପି ସରକାର କୃଷକଙ୍କ ପେଟରେ ଲାତ ମାରୁଛି ଏବଂ ଆମର କର୍ତ୍ତବ୍ୟ ହେଉଛି କି ଆମେ କୃଷକଙ୍କ ସହ ଠିଆ ହେବା ଏବଂ ଆମେ ତାହା କରିବୁ। ଆମେ ପଛ ଘୁଞ୍ଚା ଦେବୁନାହୁଁ।

ରାଲି ପାଇଁ ଅନୁମତି ନ ମିଳିବାରୁ ରାହୁଲ ଗାନ୍ଧୀ ଓ ଅନ୍ୟ ୨ ବରିଷ୍ଠ ନେତା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ତାଙ୍କୁ ୨ କୋଟି ଲୋକଙ୍କ ଦସ୍ତଖତ ଥିବା ଦାବିପତ୍ର ପ୍ରଦାନ କରିଛନ୍ତି।