ଆମରଣ ଅନଶନରେ କୃଷକ

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ଆଜି ୧୯ ଦିନରେ ପହଂଚିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମାଧାନର କୌଣସି ବାଟ ବାହାରି ପାରିନାହିଁ। ସେଥିପାଇଁ ଦିଲ୍ଲୀର ସିଂଘୁ ଓ ଟିକରୀ ବୋର୍ଡରରେ ସଂଯୁକ୍ତ ମୋର୍ଚ୍ଚାର ୪୦ ଜଣ କୃଷକ ନେତା ଆମରଣ ଅନଶନରେ ବସିଛନ୍ତି। ଏହି ଆମରଣ ଅନଶନ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଜାରି ରହିବ। ଗାଜୀପୁର ସମେତ ସମସ୍ତ ଟୋଲ ପ୍ଲାଜାରେ ମଧ୍ୟ କୃଷକ ଅନଶନରେ ବସିଛନ୍ତି। ଏତଦବ୍ୟତୀତ ସମଗ୍ର ଦେଶର ଜିଲ୍ଲା ମୁଖ୍ୟାଳୟରେ ମଧ୍ୟ ଧାରଣା ପ୍ରଦର୍ଶନ କରାଯାଇଛି। କୃଷକଙ୍କୁ ସମର୍ଥର୍ନ ଜଣାଇବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ତାଙ୍କ ମନ୍ତ୍ରୀ ଧାରଣାରେ ବସିଛନ୍ତି।

କୃଷକଙ୍କ ଅନଶନ ମଧ୍ୟରେ ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି।