ପ୍ରତିଦିନ ୧୦୦ ଜଣଙ୍କୁ ଦିଆଯିବ କରୋନା ଭ୍ୟାକ୍ସିନ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱବାସୀ ଏବେ କରୋନାରୁ ମୁକ୍ତି ପାଇବା ପାଇଁ ଭ୍ୟାକ୍ସିନ ଅପେକ୍ଷାରେ ଅଛନ୍ତି। ଅନେକ ଦେଶରେ ଭ୍ୟାକ୍ସିନକୁ ଅନୁମତି ମିଳିବା ସହ ଓ ଟିକାକରଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଗଲାଣି। ଏଭଳି ସ୍ଥିତିରେ ଭାରତରେ ମଧ୍ୟ ଜରୁରୀକାଳୀନ ଉପଯୋଗ ଲାଗି ଭ୍ୟାକ୍ସିନକୁ ଅନୁମତି ମିଳିଯିବ ବୋଲି ଆଶା କରାଯାଉଛି। ଏଥିସହିତ ପ୍ରତିଦିନ ଗୋଟିଏ ବୁଥରେ କେବଳ ୧୦୦ ଜଣଙ୍କୁ ଭ୍ୟାକ୍ସିନ ଦିଆଯିବ ବୋଲି ସୂଚନା ମିଳିଛି।

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ଦେଶରେ କୋଭିଡ-୧୯ ଟିକାକରଣ ନେଇ କହିଛନ୍ତି ଯେ, ଗୋଟିଏ ବୁଥରେ ପତିଦିନ ୧୦୦ ଜଣଙ୍କୁ ଟିକା ଦିଆଯିବ ଫଳରେ ସମସ୍ତଙ୍କୁ ମିଳିପାରିବ। ଲୋକଙ୍କୁ ଖୁବଶୀଘ୍ର ଟିକା ପ୍ରଦାନ କରିବା ପାଇଁ ଭାରତ ଜୋରଦାର ପ୍ରସ୍ତୁତି ଚଲାଇଛି। ଆମେ ପ୍ରତ୍ୟେକ ରାଜ୍ୟଙ୍କୁ ମଧ୍ୟ ଯଥାଶୀଘ୍ର ଭ୍ୟାକ୍ସିନ ଲାଗି ଭଣ୍ଡାର ଓ ରଖିବା ପାଇଁ ଆବଶ୍ୟକ ଉପକରଣ ପଠାଇବା ପ୍ରକ୍ରିୟା ଆରମ୍ଭ କରିଦେବୁ।