ଧାନ ବିକ୍ରିକୁ କେନ୍ଦ୍ର କରି ଆନ୍ଦୋଳନକୁ ଓହ୍ଲାଇଲେ ବରଗଡ଼ ଚାଷୀ

ବରଗଡ଼,ଏନ୍ଏନ୍ଏସ୍: ଟୋକନ ସମସ୍ୟା ଯୋଗୁ ଧାନ ବିକ୍ରି କରିନପାରିବାରୁ ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ବସ୍ତା ରଖି ଆନ୍ଦୋଳନକୁ ଓହ୍ଲାଇଛନ୍ତି ବରଗଡ଼ ଚାଷୀ। ରବି ଋତୁର ଧାନ ସଂଗ୍ରହ ଅବଧି ସରିବାକୁ ବସିଥିବାବେଳେ ବିକ୍ରି ହୋଇନପାରି ହଜାର ହଜାର ବସ୍ତା ଧାନ ଜିଲ୍ଲାର ବିଭିନ୍ନ ଧାନ ସଂଗ୍ରହ କେନ୍ଦ୍ରଗୁଡ଼ିକରେ ପଡ଼ି ରହିଛି। ସେଥିପାଇଁ ଜିଲ୍ଲାର ରେଶମ, ସାଲେପାଲି, ପ୍ରଧାନପାଲି ସମେତ ବିଭିନ୍ନ ଅଂଚଳର ଚାଷୀ ଆନ୍ଦୋଳନକୁ ଓହ୍ଲାଇ ସମସ୍ତ ଧାନକୁ ତୁରନ୍ତ ବିକ୍ରି କରିବାକୁ ଦାବି କରିଛନ୍ତି।