ବାଙ୍ଗଲାଦେଶ ପ୍ରତିରକ୍ଷା ସଚିବଙ୍କ କରୋନାରେ ମୃତ୍ୟୁ

ନୂଆଦିଲ୍ଲୀ: ବାଙ୍ଗଲାଦେଶର ପ୍ରତିରକ୍ଷା ସଚିବ ଅବଦୁଲ୍ଲା ଅଲ ମୋହସିନ ଚୌଧୁରୀଙ୍କର କରୋନାରେ ମୃତ୍ୟୁ ଘଟିଛି। ଢ଼ାକାର କମ୍ବାଇନ ମିଲିଟ୍ରୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଛନ୍ତି। ଅବଦୁଲ୍ଲାଙ୍କୁ ମେ’ ୨୯ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ଜୁନ୍ ୬ରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ପରେ ଜୁନ୍ ୧୮ରେ ସ୍ୱାସ୍ଥ୍ୟବସ୍ଥା ଅଧିକ ବଗିଡ଼ିବାରୁ ତାଙ୍କୁ ଇଣ୍ଟେନସିଭ କେୟାର ୟୁନିଟକୁ ସ୍ଥାନାନ୍ତର କରାଯାଇଥିଲା। ଆଉ ଆଜି ସକାଳୁ ହୃଦଘାତ ଯୋଗୁ ତାଙ୍କର ନିଧିନ ହୋଇଛି।