ମଣ୍ଡିରୁ ଉଠୁନି ଧାନ: ମିଲର କହୁଛନ୍ତି ଧାନ କାଟ !

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ସଦରରେ ଥିବା ମଣ୍ଡିରେ ଆଜି ଚାଷୀ ଅସନ୍ତୋଷ ଦେଖାଦେଇଛି। ଚାଷୀମାନଙ୍କ କହିବାନୁଯାୟୀ ସେମାନଙ୍କ ଧାନ ୧୦ ରୁ ୧୨ କିଲୋ କାଟିବା ନିମନ୍ତେ ମିଲର ମାଲିକ ମାନେ କହୁଛନ୍ତି। ଏବଂ ଚାଷୀମାନେ ଯେଉଁ ଧାନ ଓଜନ କରି ଆଣୁଛନ୍ତି ତାହାର ମୂଲ୍ୟ ମଧ୍ୟ ଦିଆଯାଉନାହିଁ। ବସ୍ତା ଗୁଡିକ ମଧ୍ୟ ମିଲର ଗୁଡିକ ନେଇ ଯାଉଛନ୍ତି ତାକୁ ମଧ୍ୟ ଫେରସ୍ତ କରୁନାହାନ୍ତି।

ଗତ ଶୁକ୍ରବାର ଠାରୁ ମଣ୍ଡି ଆରମ୍ଭ ହୋଇଥିଲେ ମଧ୍ୟ କେବଳ ଏଫ ଏ କ୍ୟୁ କିସମ ର ଧାନ ନେବେ ବୋଲି ମିଲର ମାଲିକ କହୁଛନ୍ତି। ଏବଂ ଏଯାଏଁ କେବଳ ୨/୩ ଜଣ ଚାଷୀଙ୍କ ଧାନ ଉଠା ଯାଇଥିବାବେଳେ ଅନ୍ୟ କୌଣସି ଚାଷୀ ମାନଙ୍କର ଧାନ ମଣ୍ଡି ରୁ ଉଠୁ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। କିନ୍ତୁ ଚାଷୀ ମାନଙ୍କ କହିବାନୁଯାୟୀ ଯଦି ସେମାନଙ୍କ ର ୫ ରୁ ୬ କିଲୋ ଧାନ କଟାଯାଏ ତାହେଲେ ଚାଷୀମାନେ ରାଜି କିନ୍ତୁ ୧୦ ରୁ ୧୨ କିଲୋ ଧାନ କଟିଙ୍ଗ ହେଲେ କୌଣସି ଚାଷୀ ର ଧାନ ମଣ୍ଡି ରୁ ଉଠିବ ନାହିଁ ଚାଷୀମାନେ ଚେତାବନୀ ଦେଇଛନ୍ତି। ଏବଂ ଆଗାମୀ ଦିନରେ ଯଦି ଏହାର କୌଣସି ପ୍ରତିକାର କରାନଯାଏ ତାହେଲେ ଆହୁରି ଆନ୍ଦୋଳନ କୁ ତୀବ୍ରତର କରାଯିବ ବୋଲି ଚାଷୀମାନେ ଧମକ ଦେଇଛନ୍ତି।