ଧାନ ବିକ୍ରି ପାଇଁ ପାଇଥିବା ଟୋକନରେ ତୃଟି ଥିବାରୁ ରାସ୍ତା ଅବରୋଧ କଲେ ଚାଷୀ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ସାହାରପଡ଼ା କ୍ୟାମ୍ପରେ ଧାନ କିଣାରେ ଅନିୟମିତତା ଅଭିଯୋଗରେ ୨୨୦ ନମ୍ବର ଜାତୀୟ ରାଜପଥରେ ଧାନ ବସ୍ତା ରଖି ଚାଷୀମାନେ ରାସ୍ତା ଅବରୋଧ କରିଛନ୍ତି। ଅଭିଯୋଗ ଅନୁଯାୟୀ ସାହାରପଡ଼ା ଲ୍ୟାମ୍ପ ଅଧୀନରେ ଥିବା ୪ଟି ଧାନ କିଣା ସୋସାଇଟି ସାହାରପଡ଼ା, ମାଛଗଡ଼, ଟଭାସୁରୁଆ ଓ ଉଦୟପୁରରେ ମୋଟ୍ ୧୮୦୦ ଚାଷୀଙ୍କର ଟୋକନ୍ ବାହାରିଥିଲା। କିନ୍ତୁ ସେଥିମଧ୍ୟରୁ ପାଖାପାଖି ୩୩୦ ଚାଷୀଙ୍କର ଟୋକନରେ ତୃଟି ହୋଇଛି। ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ବିଜେପିର ଶତାଧିକ କର୍ମୀ ମଧ୍ୟ ଆନ୍ଦୋଳନ କରିଛନ୍ତି। ତେବେ ଯେପର୍ଯ୍ୟନ୍ତ ସମସ୍ୟାର ସମାଧାନ ନ ହୋଇଛି ସେପର୍ୟ୍ୟନ୍ତ ରାଜପଥରୁ ଉଠିବେ ନାହିଁ ବୋଲି ଚାଷୀ ଚେତାବନୀ ଦେଇଛନ୍ତି।