ତାତିଲେ ଅନ୍ନଦାତା: ସମବାୟ ସମିତିରେ ପକାଇଲେ ତାଲା

ସଇଁନ୍ତଳା,ଏନ୍ଏନ୍ଏସ୍: ଟୋକନ ବ୍ୟବସ୍ଥାରେ ଅବ୍ୟବସ୍ଥା ନେଇ ଚାଷୀଙ୍କ ରଣହୁଙ୍କାର। ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଲକ ନୂଆପଡ଼ା ସମବାୟ ସମିତି ଅଫିସରେ ଶତାଧିକ ଚାଷୀ ତାଲା ପକାଇଛନ୍ତି। ଫଳରେ ୨ କର୍ମଚାରୀ ଅଫିସ ମଧ୍ୟରେ ଫସିି ରହିଛନ୍ତି। ସେମାନେ ହେଲେ ସମବାୟ ସମିତିର ସେକ୍ରେଟାରୀ ଗୋଗୁଳା ପ୍ରଧାନ ଓ ପିଅନ ଚୈତନ୍ୟ ପରାଭୋଇ। ମିଳିଥିବ ରିପୋର୍ଟ ମୁତାବିକ, ଚାଷୀଙ୍କ ଟୋକନ ଅବଧି ସରିଯାଇଥିବାରୁ ସେମାନେ ନିଜର କଷ୍ଟ ଉପାର୍ଜିତ ଧାନକୁ ମଣ୍ଡିରେ ବିକ୍ରି କରିପାରୁ ନାହାନ୍ତି। ଏନେଇ ଚାଷୀମାନେ ବାରମ୍ବାର ଅଭିଯୋଗ କରୁଥିଲେ ସୁଦ୍ଧା କୌଣସି ସମାଧାନ କରାଯାଉନାହିଁ। ସମବାୟ ବିଭାଗ କିମ୍ବା ବ୍ଲକ ପ୍ରଶାସନର କୌଣସି ବରିଷ୍ଠ ଅଧିକାରୀ ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ପହଞ୍ଚିନାହାନ୍ତି।