ରାମ ମନ୍ଦିର ନିର୍ମାଣ ଲାଗି ମୋଟା ଅଙ୍କର ଟଙ୍କା ଦାନ କଲେ ଗମ୍ଭୀର

ନୂଆଦିଲ୍ଲୀ: ବିଜେପି ସାଂସଦ ଗୌତମ ଗମ୍ଭୀର ରାମ ମନ୍ଦିର ନିର୍ମାଣ ଲାଗି ୧ କୋଟି ଟଙ୍କା ଦାନ ଦେଇଛନ୍ତି। ଗମ୍ଭୀର କହିଛନ୍ତି ଯେ,‘ଅନ୍ତତଃ ଏକ ପୁରୁଣା ପ୍ରସଙ୍ଗ ଶେଷ ହୋଇଯାଇଛି। ଏହାଦ୍ୱାରା ଏକତା ଓ ଶାନ୍ତିର ପଥ ଆହୁରି ପ୍ରଶସ୍ତ ହେବ। ଏଥିରେ ମୁଁ ଓ ମୋ ପରିବାର ଏକ ଛୋଟ ଯୋଗଦାନ ଦେଇଛୁ।’

ରାମ ମନ୍ଦିର ନିର୍ମାଣ ଲାଗି ଗତ କିଛି ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀ, ବିହାର ରାଜ୍ୟପାଳ ଫାଗୁ ଚୌହାନ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମେତ ଅନେକ ହସ୍ତୀ ଚାନ୍ଦା ଦେଇଛନ୍ତି।