ଗ୍ୟାସ ସିଲିଣ୍ଡର ନିଆଁରୁ ଅଳ୍ପକେ ବର୍ତ୍ତିଲେ ପରିବାର

ପାଟଣା,ଏନ୍ଏନ୍ଏସ୍: ଗ୍ୟାସ ସିଲିଣ୍ଡର ନିଆଁରୁ ଅଳ୍ପକେ ବର୍ତ୍ତିଲା ଗୋଟିଏ ପରିବାର। ଏଭଳି ଏକ ଘଟଣା ପାଟଣା ଥାନା ମିରିଗିଖୋଜି ଗ୍ରାମରେ ଘଟିଛି । ମିଳିଥିବା ରିପୋର୍ଟ ମୁତାବିକ, ଗ୍ରାମର ମହାରଣା ସାହିର ଦିଲ୍ଲୀପ ମହରଣାଙ୍କ ପତ୍ନୀ ପୁଷ୍ପଲତା ମହାରଣା ଆଜି ସକାଳେ ଚା’ ତିଆରି କରୁଥିବା ବେଳେ ହଠାତ ରେଗୁଲେଟରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବା ଦେଖି ଦିଲ୍ଲୀପଙ୍କ ପତ୍ନୀ ସିଲିଣ୍ଡରରେ ପାଣି ଢାଳିବାରୁ ନିଆଁ ଲିଭି ଯାଇଥିଲା। ତେବେ ଉପସ୍ଥିତି ବୁଦ୍ଧି ଯୋଗୁ ଏକ ବଡ଼ ଅଘଟଣରୁ ପୁରା ପରିବାର ବର୍ତ୍ତି ଯାଇଛନ୍ତି ।