ମିସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଫାଇନାଲିଷ୍ଟ ପ୍ରାଞ୍ଜଳ ସମ୍ବର୍ଦ୍ଧିତ

କୋରାପୁଟ,ଏନ୍ଏନ୍ଏସ୍ : ଗୋଆରେ ନଭେମ୍ବର ୨ ଓ ୩ ତାରିଖରେ ଆୟୋଜିତ ମିସ୍ ଇଣ୍ଟରନେସନାଲ୍ ଫେଶନ୍ ଫିଏଷ୍ଟା ବିଜୟିନୀ ପ୍ରାଞ୍ଜଳ ପାତ୍ରଙ୍କୁ କୋରାପୁଟରେ ସମ୍ବର୍ଦ୍ଧନା ଦିଆଯାଇଛି। ଆସନ୍ତା ବର୍ଷ ମାର୍ଚ୍ଚ ୨୩ ତାରିଖ ଦିନ କଲମ୍ବୋଠାରେ ଫାଇନାଲ ପ୍ରତିଯୋଗିତା ଆୟୋଜିତ ହେବ ଓ ଏଥିନିମନ୍ତେ ଅନଲାଇନ ମାଧ୍ୟମରେ ସେ ପ୍ରଶିକ୍ଷଣ ନେବେ ବୋଲି ପ୍ରାଞ୍ଜଳ ପ୍ରକାଶ କରିଛନ୍ତି। କୋରାପୁଟ ବିଧାୟକ ରଘୁରାମ ପଡ଼ାଲ ପ୍ରାଞ୍ଜଳଙ୍କୁ ସମ୍ବର୍ଦ୍ଧିତ କରିବା ସହ କୋରାପୁଟ ଜିଲ୍ଲା ତଥା ରାଜ୍ୟ ପାଇଁ ଗର୍ବ ଓ ଗୌରବ ବୋଲି ମତପ୍ରକାଶ କରିଥିଲେ। ସେହିପରି କୋରାପୁଟ ପ୍ରେସ୍ କ୍ଲବ ଦ୍ୱାରା ମଧ୍ୟ ମିସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଫାଇନାଲ୍ ଲିଷ୍ଟରେ ପହଞ୍ଚିଥିବା ପ୍ରାଞ୍ଜଳଙ୍କୁ ସମ୍ବର୍ନ୍ଧିତ କରାଯାଇଛି। ପ୍ରେସକ୍ଲବ ସଭାପତି ଭବାନୀ ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ବରିଷ୍ଠ ସାମ୍ବାଦିକ ଅଜୟ ସାହୁ, କିର୍ତିଚନ୍ଦ୍ର ସାହୁ ଓ ଲକ୍ଷ୍ମୀପ୍ରସାଦ ରଥ ପ୍ରମୁଖ ଯୋଗଦେଇ ପ୍ରାଞ୍ଜଳ ଫାଇନାଲରେ କ୍ରାଉନ ଜିତି ଓଡ଼ିଶା ପାଇଁ ଗୌରବ ଆଣିବାକୁ ଆଶାବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାଞ୍ଜଳଙ୍କ ବାପା ସାମ୍ବାଦିକ ତଥା ଓକିଲ ପଙ୍କଜ ପାତ୍ର ମଧ୍ୟ ଉପସ୍ଥିତ ଥିଲେ।