ବିଶାଖାପାଟଣା: ହାୱଡ଼ା-ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି । ତେଲେଙ୍ଗାନା ନିକଟରେ ୩ଟି ବଗିରେ ନିଆଁ ଲାଗିଥିବାବେଳେ କେହି ଆହତ ହୋଇଥିବା ନେଇ ସୂଚନା ମିଳିନାହିଁ । ଏହାସହ ନିଆଁ ଲାଗିବା ପଛର କାରଣ ମଧ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ମିଳିଥିବା ରିପୋର୍ଟ ମୁତାବକ, ତେଲେଙ୍ଗାନାରୁ ଚାଲୁଥିବା ଫଲକନୁମା ଏକ୍ସପ୍ରେସ ହାଇଦ୍ରାବଦରୁ ୫୦ କିମି ଦୂରରେ ଥିବା ବୋମ୍ମଇପଲ୍ଲୀ ପାଖରେ ଦୁର୍ଘଟଣାର ଶିକାର ହୋଇଥିଲା । ଫଳରେ ଟ୍ରେନର ଏସ୍ ୪, ଏସ୍ ୫ ଓ ଏସ୍ ୬ ଜଳି ପାଉଁଶ ହୋଇଯାଇଛି ।