ନୂଆଦିଲ୍ଲୀ: ଟିସିଏସ ପରେ ଟାଟା ଷ୍ଟିଲ କମ୍ପାନୀ ଆଚାର ସଂହିତା ଉଲ୍ଲଂଘନ କରିଥିବା ୩୮ କର୍ମଚାରୀଙ୍କୁ ବରଖାସ୍ତ କରିଛି । ଏନେଇ ଟାଟା ଷ୍ଟିଲର ଚେୟାରମ୍ୟାନ୍ ଏନ୍ ଚନ୍ଦ୍ରଶେଖରନ କମ୍ପାନୀ ଏଜୀଏମରେ ସୂଚନା ପ୍ରଦାନ କରିଛନ୍ତି । ଏହି କର୍ମଚାରୀଙ୍କ ବିରୋଧରେ ପଦର ଦୂରୁପଯୋଗ, ନିଜ ସୁବିଧା ପାଇଁ ନିଷ୍ପତ୍ତି ନେବା ଓ ମ୍ୟାନେଜମେଣ୍ଟର ଚୁକ୍ତିକୁ ଉଲ୍ଲଂଘନ କରିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୩୮ଜଣଙ୍କ ମଧ୍ୟରୁ ୩୫କୁ ନିୟମ ଉଲ୍ଲଂଘନ ଏବଂ ୩ ଜଣଙ୍କୁ ଯୌନ ଶୋଷଣ ଅଭିଯୋଗରେ ନିଲମ୍ବିତ କରାଯାଇଛି ।
ସୂଚନାଯୋଗ୍ୟ, ଏହାପୂର୍ବରୁ ଟିସିଏସ୍ ଲାଞ୍ଚ ନେଇ ଚାକିରି ଦେବା ଘୋଟାଲାରେ ସାମିଲ ଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଟିସିଏସ ୬ଜଣ କର୍ମଚାରୀଙ୍କୁ ନିଲମ୍ବିତ କରିଥିବା ଜଣାପଡ଼ିଛି ।