ଫେସବୁକରେ କରୋନା ସମ୍ପର୍କିତ ମିଥ୍ୟା ଖବର ପୋଷ୍ଟ କରି ବାଲିଗୁଡ଼ା ଅଞ୍ଚଳର ଜଣେ ଯୁବକ ଗିରଫ

ରାୟଗଡା,ଏନ୍ଏନ୍ଏସ୍: କରୋନା ସମ୍ପର୍କିତ ଗୁଜବ ପ୍ରଚାର କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଏ ନେଇ ଗତକାଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଡଭାଇଜରି ଜାରି ହୋଇଥିବା ବେଳେ ଏ ନେଇ ଲୋକମାନେ ସଚେତନ ହେଉନାହାନ୍ତି। ଏହି ପରିପ୍ରେକ୍ଷୀରେ ଗତକାଲି ଜଣେ ଯୁବକ ନିଜ ଫେସବୁକରେ କରୋନାକୁ ନେଇ ଗୁଜବ ପୋଷ୍ଟ କରିଥିବା ବେଳେ ଏ ନେଇ ଆଜି ତାଙ୍କୁ ଗିରଫ କରାଯାଇଛି। ତେବେ ଯୁବକ ଜଣଙ୍କ ହେଉଛନ୍ତି ବାଲିଗୁଡା ନୂଆ ସାହିର ସତ୍ୟ ନାରାୟଣ ସାମଲ।

କାଶୀପୁର ବ୍ଲକର ଜଣେ କେରଳ ଫେରନ୍ତା କରୋନାରେ ଆକ୍ରାନ୍ତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ନେଇ ସେ ପୋଷ୍ଟ କରିଥିଲେ। ଏହାକୁ ନେଇ ଜିଲ୍ଲାରେ ଆତଙ୍କ ସୃଷ୍ଟି ହୋଇଥିଲା। ପରେ ପୁଲିସ ଅଭିଯୁକ୍ତକୁ ଠାବ କରି ପଚରାଉଚୁରା କରୁଥିବା ରାୟଗଡା ଏସପି ଶ୍ରର୍ବଣା ବିବେକ ସୂଚନା ଦେଇଛନ୍ତି।