ବେଲୁଚିସ୍ତାନ ୟୁନିଭର୍ସିଟି ନିକଟରେ ବିସ୍ଫୋରଣ, ଜଣେ ମୃତ ଓ ୧୦ ଗୁରୁତର

ନୂଆଦିଲ୍ଲୀ: ପାକିସ୍ତାନର ବେଲୁଚିସ୍ତାନ ୟୁନିଭର୍ସିଟି ନିକଟରେ ବିସ୍ଫୋରଣ ଘଟିଛି। ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୫ ପୁଲିସକର୍ମୀଙ୍କ ସମେତ ୧୦ଜଣ ଆହତ ହୋଇଛନ୍ତି। ସୂଚନା ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଂଚିଛନ୍ତି। ସୁରକ୍ଷା ଅଧିକାରୀ ଏବେ ଏହି ଅଞ୍ଚଳକୁ ଘେରାବନ୍ଦୀ କରି ଦେଇଥିବା ଜଣାପଡ଼ିଛି।