୨ ଦିନିଆ ଜମ୍ମୁ ଗସ୍ତରେ ସେନା ମୁଖ୍ୟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସେନା ମୁଖ୍ୟ ଜେନେରାଲ ଏମଏମ ନରବାଣେ ସୁରକ୍ଷା ସ୍ଥିତିର ସମୀକ୍ଷା କରିବା ପାଇଁ ୨ ଦିନିଆ ଜମ୍ମୁ ଗସ୍ତ କରିଛନ୍ତି। ଏହି ସମୟରେ ନରବାଣେ ଏଲଓସି ନିକଟସ୍ଥ ଅଞ୍ଚଳ ମଧ୍ୟ ଗସ୍ତ କରିବେ ଏବଂ ସେଠାରେ ଜାରି ରହିଥିବା ଅଭିଯାନ ସମ୍ବନ୍ଧରେ ଶୀର୍ଷ ଅଧିକାରୀଙ୍କ ସହ ଆଲୋଚନା କରିବେ। ଏନେଇ ସେନା ତରଫରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ବର୍ତ୍ତମାନ ସମୟରେ ଜମ୍ମୁ-କଶ୍ମୀରରେ ଲଗାତାର ଭାବେ ସାଧାରଣ ଲୋକଙ୍କ ହତ୍ୟା ହେଉଛି। ସେଥିପାଇଁ ସେଠାରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ମଧ୍ୟ ଭୟଭୀତ ହୋଇ ନିଜ ନିଜ ରାଜ୍ୟକୁ ଫେରୁଛନ୍ତି। ଏଭଳି ସ୍ଥିତିରେ ଗୃହ ମନ୍ତ୍ରଣାଳୟ ସିଆରପିଏଫ୍ ଡିଜି କୁଲଦୀପ ସିଂହଙ୍କୁ ଜମ୍ମୁ-କଶ୍ମୀର ପଠାଇଛନ୍ତି। ଜମ୍ମୁ-କଶ୍ମୀରରେ ଆଇବି, ଏନଆଇଏ, ସେନା ଓ ସିଆରପିଏଫର ବରିଷ୍ଠ ଅଧିକାରୀ କ୍ୟାମ୍ପ କରି ପ୍ରତ୍ୟେକ ଇଣ୍ଟଲିଜେନ୍ସ ଇନପୁଟ୍ସକୁ ନିୟନ୍ତ୍ରଣ କରୁଛନ୍ତି।