ବଲାଙ୍ଗିରରୁ ୬ କରୋନା ଆକ୍ରାନ୍ତ ଚିହ୍ନଟ : ସଂଖ୍ୟା ୨୯୭କୁ ବୃଦ୍ଧି

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାରେ ୬ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୭କୁ ବୃଦ୍ଧି ପାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗିର ସହରର ୩ ଜଣ ଓ ଅନ୍ୟ ୩ଜଣ ବିଭିନ୍ନ ବ୍ଲକର ବୋଲି ଜଣାପଡ଼ିଛି। ସହରର ବ୍ରାହ୍ମଣପଡ଼ାରୁ ଚିହ୍ନଟ ହୋଇଥିବା ଜଣେ ପୁରୁଷଙ୍କ ବୟସ ୫୨ ହୋଇଥିବାବେଳେ ସେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ସେହିପରି ସୁଦପଡ଼ାରୁ ଜଣେ ୩୦ ବର୍ଷୀୟ ପୁରୁଷ ରହିଥିବାବେଳେ ବେହେରାପାଲି ୨୨ ବର୍ଷୀୟ ଯୁବକ ରହିଛନ୍ତି। ଭଭୟେ ସ୍ଥାନୀୟ ସଂକ୍ରମଣ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ଆଗଲପୁର ବ୍ଲକ ଡୁଡୁକା ଅଞ୍ଚଳରୁୁ ଚିହ୍ନଟ ହୋଇଥିବା ୨୫ ବର୍ଷୀୟ ଆକ୍ରାନ୍ତ ଜଣକ ତାମିଲନାଡୁ ଫେରନ୍ତା। ବେଲପଡା ବ୍ଲକ ନୁନହାଡ଼ ଗାଁରୁ ଜଣେ ୯ ବର୍ଷର ନାବାଳକ ରହିଛନ୍ତି ଯିଏକି ମୁମ୍ବାଇରୁ ଫେରି ସରକାରୀ କ୍ୱାରେଣ୍ଟାଇନରେ ଥିଲେ। ବଙ୍ଗୋମୁଣ୍ଡା ବ୍ଲକ ବିରିପାଲି ଅଞ୍ଚଳରୁ ଚିହ୍ନଟ ହୋଇଥିବା ୪୮ ବର୍ଷୀୟ ପୁରୁଷ ମୁମ୍ବାଇରୁ ଫେରି ସରକାରୀ କ୍ୱାରେଣ୍ଟାଇନରେ ଥିଲେ।

ସୂଚନାଯୋଗ୍ୟ, ବଲାଙ୍ଗିର ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୭ରେ ପହଞ୍ଚିଛି। ସେଥିମଧ୍ୟରୁ ୨୫୬ ଜଣ ସୁସ୍ଥ ହୋଇଛନ୍ତି ଓ ୪୧ଜଣ ସକ୍ରିୟ ଅଛନ୍ତି।