ୟୁପିରେ ଏକଜିଟ୍ ପୋଲ ଉପରେ ରୋକ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ନିର୍ବାଚନ ଆୟୋଗ ବଡ଼ ଘୋଷଣା କରିଛନ୍ତି । ଫଳରେ ଫେବୃଆରୀ ୧୦ରୁ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ଏକଜିଟ୍ ପୋଲ ଉପରେ ରୋକ ଲଗାଯାଇଛି । କୌଣସି ପ୍ରକାର ପ୍ରିଣ୍ଟ କିମ୍ବା ଇଲେକଟ୍ରୋନିକ୍ସ ମିଡିଆରେ ଏକଜିଟ୍ ପୋଲ ରିପୋର୍ଟ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ୟୁପିର ମୁଖ୍ୟ ନିର୍ବାଚନ ଆୟୋଗ ଅଜୟ କୁମାର ଶୁକ୍ଳା ସୂଚନା ଦେଇଛନ୍ତି । ଯଦି କେହି ଏହାକୁ ଉଲ୍ଲଂଘନ କରେ ତେବେ ତାକୁ ୨ ବର୍ଷ ଜେଲ ଦଣ୍ଡାଦେଶ ସହ ଜୋରିମାନା ଲାଗିପାରେ ବୋଲି ଶ୍ରୀ ଶୁକ୍ଳା କହିଛନ୍ତି ।

ସୂଚନାଯୋଗ୍ୟ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିôଳେଶ ଯାଦବ କିଛିଦିନ ପୂର୍ବରୁ ନିର୍ବାଚନ ଆୟୋଗକୁ ଚିଠି ଲେଖି ଏକଜିଟ୍ ପୋଲ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଥିଲେ । ଆଉ ଆଜି ନିର୍ବାଚନ ଆୟୋଗ ଉତ୍ତପ୍ରଦେଶ ବିଧାନସଭା ନିର୍ବାଚନ ନେଇ ଏହି ବଡ଼ ପଦକ୍ଷେପ ନେଇଛନ୍ତି ।