ଜଳେଶ୍ୱରରେ ପୁଲିସ ଓ ଅବକାରୀ ବିଭାଗ ରେଡ୍: ୨ କେଜିରୁ ଅଧିକ ଅଧିକ ବ୍ରାଉନସୁଗାର ଜବତ ଓ ୨ ଅଟକ

ଜଳେଶ୍ଵର,ଏନ୍ଏନ୍ଏସ୍: ରାଜପୁର ବସ୍ତି ଉପରେ ପୁଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ଉ। ଦୁଇ କେଜିରୁ ଊର୍ଦ୍ଧ୍ୱ ବ୍ରାଉନସୁଗାର ସହ ଜଣେ ମହିଳା, ଜଣ ପୁରୁଷ ଅଟକ। ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ଅଞ୍ଚଳ ସାରା ରାଜ୍ୟରେ ବ୍ରାଉନ ସୁଗାର କାରବାରର ପେଣ୍ଠସ୍ଥଳୀ ପାଲଟିଥିବା ବେଳେ ପୁଲିସ, ଅବକାରୀ ଏବଂ ଏସଟିଏଫର ମୁଣ୍ଡବ୍ୟଥାର କାରଣ ପାଲଟିଛି।

ଗତ କିଛି ଦିନ ଧରି ଏସଟିଏଫ ଏବଂ ପୁଲିସ ଦ୍ୱାରା ଛୋଟ ବେପାରୀ ମାନେ ଧରାପଡୁଥିବା ଦେଖିବାକୁ ମିଳୁଥିବା ବେଳେ, ଏବେ ବଡ଼ ଶିକାର ଖୋଜିବାରେ ବ୍ୟସ୍ତ ରହିଛି ବିଭାଗ। ରାଜପୁର ବସ୍ତି ଉପରେ ଅବକାରୀ ଓ ଜଳେଶ୍ୱର ପୁଲିସର ମିଳିତ ଚଢଉ କରାଯାଇ ଦୁଇ କେଜିରୁ ଊର୍ଦ୍ଧ୍ୱ ବ୍ରାଉନସୁଗାର ସହ ବିପୁଳ ପରିମାଣ ଟଙ୍କା ଜବତ ସହିତ ଜଣେ ମହିଳା ଓ ଜଣେ ପୁରୁଷକୁ ଅଟକ କରିଛି ବିଭାଗ।

ଗିରଫ ସମୟରେ ପୁଲିସ ସହିତ ବ୍ରାଉନ ସୁଗାର ମାଫିଆ ମୁହାଁମୁହିଁ ହୋଇଥିଲା। ପୁଲିସ ୨ ଜଣକୁ ଗିରଫ କରି ନେଇଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ମହିଳା ଜଣକ ଆମିନା ବିବି ପୁରୁଷ ଜଣକ ସେକ ରଫିକ। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ଦୁଇ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଉଛି।