ପୂର୍ବତନ ଆଇପିଏସ୍ ଅଧିକାରୀ ଅମିତାଭ ଠାକୁର ଗିରଫ

ନୂଆଦିଲ୍ଲୀ: ପୂର୍ବତନ ଆଇପିଏସ୍ ଅଧିକାରୀ ଅମିତାଭ ଠାକୁରଙ୍କୁ ଦୁଷ୍କର୍ମ ମାମଲା ସହ ଜଡ଼ିତ ବିଏସପି ସାଂସଦଙ୍କୁ ସାହାଯ୍ୟ କରିବା ଅଭିଯୋଗରେ ପୁଲିସ ଗିରଫ କରିଛି। ଶ୍ରୀ ଠାକୁର ସୋସିଆଲ ମିଡିଆ ଜରିଆରେ ମିଥ୍ୟା ଖବର ପ୍ରଚାର କରିବାରେ ସାଂସଦଙ୍କ ସହ ମିଶି ଚକ୍ରାନ୍ତ କରିଥିଲେ। ପୁଲିସ ଉକ୍ତ ମାମଲାରେ ଏସଆଇଟି ରିପୋର୍ଟ ଆଧାରରେ ପୂର୍ବତନ ଆଇପିଏସ୍ ଅଧିକାରୀଙ୍କୁ ଗିରଫ କରିଥିବା ନେଇ ସୂଚନା ମିଳିଛି।

ସୂଚନାଯୋଗ୍ୟ, ବିଏସପି ସାଂସଦ ଅତୁଲ ରାୟଙ୍କ ବିରୋଧରେ ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଉକ୍ତ ମହିଳା ଜଣକ ଗତ ସପ୍ତାହରେ ସୁପ୍ରିମକୋର୍ଟ ବାହାରେ ନିଜକୁ ଜଳାଇବାକୁ ଉଦ୍ୟମ କରି ଅଧା ଜଳି ଯାଇଥିଲେ। ଆଉ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।