ଏସସିବି ସମ୍ପ୍ରସାରଣ ପାଇଁ ପୁଣି ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା

କଟକ,ଏନ୍ଏନ୍ଏସ୍: କରୋନା କଟକଣା ଯୋଗୁଁ ଅନେକ ଉନ୍ନତିମୂଳକ କାର୍ଯ୍ୟକୁ ସରକାର ସ୍ଥଗିତ ରଖିଥିଲେ। ତେବେ ଦୀର୍ଘ ୩ ମାସ ପରେ ଆଜି ପୁଣି କଟକ ଏସସିବି ମେଡ଼ିକାଲ କଲେଜର ସମ୍ପ୍ରସାରଣ ପାଇଁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ସିଏମସି ପାଖାପାଖି ୯୮ଟି ଘର ଭାଙ୍ଗିବାକୁ ଯୋଜନା କରିଛି। ଏଥିରେ କଟକ ଚୂନଭାଟି ଛକରୁ ଯୋବ୍ରା ଯାଏଁ ଉଚ୍ଛେଦ ପ୍ରକ୍ରିୟା ଚାଲିବ।

ଏହି ସମୟରେ କଟକ ମହାନଗର ନିଗମ, ଜିଲ୍ଲା ପ୍ରଶାସନ ଓ କମିସନରେଟ ପୁଲିସ ଉପସ୍ଥିତ ରହି ଉଚ୍ଛେଦ କାର୍ଯ୍ୟ ଚଳାଇଛନ୍ତି। ଏଥିସହ ଏହି କାର୍ଯ୍ୟରେ ୪ଟି ଜେସିବି ନିୟୋଜି କରାଯାଇଛି।

ସୂଚନା ଅନୁସାରେ ଗତ ଜାନୁଆରୀରେ କଟକ ଏସସିବି ମେଡ଼ିକାଲକୁ ବିଶ୍ୱସ୍ତରୀୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ପରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିସହିତ ଏସସିବିକୁ ନବୀକରଣ ଓ ପାହ୍ୟାବୃଦ୍ଧି କରିବା ପାଇଁ ୧୫୦୦ କୋଟି ଟଙ୍କାର ପ୍ୟାକେଜ ମଧ୍ୟ ଘୋଷଣା କରିଥିଲେ।