ୟୁରୋପୀୟ ସଂଘର ବଡ଼ ଘୋଷଣା: ୟୁକ୍ରେନ୍‌କୁ ସହାୟତା ଦେବ ଅତିରିକ୍ତ ୨୦୫ ମିଲିୟନ ୟୁରୋ

ବ୍ରୁସେଲସ୍‌,ଏଜେନ୍ସି: ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣକୁ ସାଢ଼େ ୩ ମାସରୁ ଅଧିକ ସମୟ ହୋଇଛି। ଏହାରି ମଧ୍ୟରେ ୟୁକ୍ରେନ୍‌ର ରାଜଧାନୀ କିଭ୍ ସମେତ ଖାରକିଭ୍‌, ମାରିୟୁପୋଲ ବ୍ୟାପକ କ୍ଷତିଗ୍ରସ୍ତ ହୋଇସାରିଛି। ୟୁକ୍ରେନ୍‌ର ଆଥିର୍କ ପରିସ୍ଥିତି ଜଟିଳ ହୋଇପଡ଼ିଛି। ତେଣୁ ସ୍ଥିତି ସୁଧାରିବା ପାଇଁ ଆମେରିକା, ୟୁରୋପୀୟ ସଂଘ ସମେତ ଅନ୍ୟ ରାଷ୍ଟ୍ରମାନେ ଆର୍ଥିକ ସହାୟତା ଦେଉଛନ୍ତି।

ୟୁରୋପୀୟ କମିଶନ ଘୋଷଣା କରିଛନ୍ତି ଯେ, ଅତିରିକ୍ତ ୨୦୫ ମିଲିୟନ ୟୁରୋ ୟୁକ୍ରେନ୍‌କୁ ସହାୟତା ଦେବେ। ପୂର୍ବରୁ ମଧ୍ୟ ୟୁରୋପୀୟ ସଂଘ ଦ୍ୱାରା ୟୁକ୍ରେନ୍‌କୁ ଆର୍ଥିକ ସହାୟତା ଦିଆଯାଇଛି। ୟୁକ୍ରେନ୍‌କୁ ୟୁରୋପୀୟ ସଂଘକୁ ଦିଆଯାଇଥିବା ସହାୟତା ହେଉଛି ୩୪୮ ମିଲିୟନ ୟୁରୋ। ଏଥି ସହିତ ୟୁରୋପୀୟ କମିଶନ ଖାଦ୍ୟ ସୁରକ୍ଷା ନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି।

ସୂଚନାଯୋଗ୍ୟ, ଗତ ଫେବୃଆରୀ ମାସ ୨୪ ତାରିଖରେ ରୁଷିଆ ତା’ର ସେନା ଅପରଶେନ ଆରମ୍ଭ କରିଥିଲା। ଏହା ପରେ ୟୁକ୍ରେନ୍ ଉପରେ ଲଗାତାର ଆକ୍ରମର କରିଥିଲା। ଯୁଦ୍ଧ ଭୟରେ ବିଦେଶୀ ନାଗରିକମାନେ ୟୁକ୍ରେନ୍ ଛାଡ଼ିଥିଲେ। ୟୁକ୍ରେନ୍‌ର ଲକ୍ଷ ଲକ୍ଷ ଲୋକେ ମଧ୍ୟ ଦେଶ ଛାଡ଼ି ପଡୋଶୀ ରାଷ୍ଟ୍ରରେ ଆଶ୍ରୟ ନେଇଥିଲେ। ଏବେ ୩୦ ଲକ୍ଷ ଶିଶୁ ୟୁକ୍ରେନ୍‌ରେ ଓ ବିଦେଶରେ ଶରଣ ନେଇଥିବା ୟୁକ୍ରେନ୍‌ର ୨ ଲକ୍ଷ ୨୦ ହଜାର ଶିଶୁଙ୍କୁ ସହାୟତା ଦରକାର ପଡୁଛି।