ଆଜି ଗୁଜରାଟ ଗସ୍ତରେ ରହିବେ ପ୍ରଧାନମନ୍ତ୍ରୀ ମୋଦୀ, ୩୦୫୦ କୋଟିର ପ୍ରକଳ୍ପର କରିବେ ଶୁଭାରମ୍ଭ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟ ଗସ୍ତରେ ଯିବେ। ଏହି ଅବସରରେ ସେ ୩୦୫୦ କୋଟି ଟଙ୍କାରେ ପ୍ରକଳ୍ପର ଶୁଭାରମ୍ଭ କରିବେ। ଏଥିରେ କିଛି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ହେବାର କାର୍ଯ୍ୟକ୍ରମ ରହିଛି। ବିଶେଷ କରି ମୋଦୀଙ୍କ ଗସ୍ତରେ ସ୍ୱାସ୍ଥ୍ୟ ସଂପର୍କିତ ଭିତ୍ତିଭୂମି ଉଦ୍‌ଘାଟନ କାର୍ଯ୍ୟକ୍ରମ ରହିଛି।

ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବାହ୍ନ ପ୍ରାୟ ୧୦ଟାରେ ଗୁଜରାଟରେ ପହଞ୍ଚିବେ। ସେ ୧୦ଟା ୧୫ମିନିଟରେ ନଭସାରୀରେ ‘ଗୁଜରାଟ ଗୌରବ ଅଭିଯାନ’ କାଳରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଉଦ୍‌ଘାଟନ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଅପରାହ୍ନ ୧୨ଟା ୧୫ରେ ଏଏମ୍ ନାଏକ ହେଲଥକେୟାର କମ୍ପେ୍ଲକ ଓ ନିରାଳି ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ଉଦଘାଟନ କରିବେ।